ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଲୁଟିୟନ୍ସ ଦିଲ୍ଲୀର ବଙ୍ଗଳାରେ ରହୁଛନ୍ତି ହସିନା, କେବେ କେବେ ଲୋଧି ଗାର୍ଡେନରେ ବୁଲୁଛନ୍ତି: ରିପୋର୍ଟ

Published By : Harapriya Biswal | October 24, 2024 7:08 PM

ନୂଆଦିଲ୍ଲୀ,୨୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଗତ ଦୁଇ ମାସ ହେବ ଭାରତରେ ରହୁଛନ୍ତି। ପୂର୍ବରୁ କୁହାଯାଉଥିଲା ହସିନା ଗାଜିଆବାଦର ହିଣ୍ଡନ ଅଞ୍ଚଳରେ ରହୁଛନ୍ତି। ତେବେ ଏପର୍ଯ୍ୟନ୍ତ ରିପୋର୍ଟରେ ଦାବି କରାଯାଉଛି  ହାସିନା ନୂଆଦିଲ୍ଲୀର ଲୁଟିୟନ୍ସ ଜୋନ୍‌ରେ ରହୁଛନ୍ତି। ୫ ଅଗଷ୍ଟରେ ଦିଲ୍ଲୀ ନିକଟ ହିଣ୍ଡନ ଏୟାରବେସ୍‌ରେ ଅବତରଣ କରିଥିଲେ। ଚାକିରୀରେ ବିବାଦୀୟ ସଂରକ୍ଷଣକୁ ନେଇ ଛାତ୍ରମାନେ ଆନ୍ଦୋଳନ କରିଥିଲେ, ସେତେବେଳେ ବିରୋଧ ପ୍ରଦର୍ଶନ ବ୍ୟାପକ ରୂପ ନେଇଥିଲା। କୁହାଯାଉଛି ଯେ, ପରେ ତାଙ୍କୁ କୌଣସି ଅଜଣା ସ୍ଥଳନକୁ ସିଫ୍ଟ କରାଯାଇଥିଲା। ସେବେଠାରୁ ତାଙ୍କୁ ସାର୍ବଜନୀକ ରୂପରେ ଦେଖିବାକୁ ମିଳିନଥିଲା।

‘ଦ ପ୍ରିଣ୍ଟ’ ସୁତ୍ରରୁ ମିଳିଥିବା ଖବର ଅନୁସାରେ, ଶେଖ ହାସିନାଙ୍କୁ ଭାରତ ସରକାର ଦ୍ବାରା ନୂଆଦିଲ୍ଲୀର ଲୁଟିୟନ୍ସ ବଙ୍ଗଳା ଜୋନ୍‌ରେ ଏକ ସୁରକ୍ଷିତ ଘର ଦିଆଯାଇଥିଲା। ସେଠାରେ ସେ ନିଜର ଘନିଷ୍ଠ ବ୍ୟକ୍ତି ଏବଂ ସହଯୋଗୀଙ୍କ ସହ ରହୁଥିଲେ। ତାଙ୍କୁ ଏକ ଫୁଲ୍‌ ଲୁଟିୟନ୍ସ ବଙ୍ଗଳା ଆବଣ୍ଟିତ କରାଯାଇଥିଲା, ଯାହାକୁ ସାଧାରଣତଃ ମନ୍ତ୍ରୀ, ବରିଷ୍ଠ ସାଂସଦ ଓ ଶୀର୍ଷ ଅଧିକାରୀଙ୍କୁ ଦିଆହୁଏ। ତାଙ୍କ ସୁରକ୍ଷାକୁ ଦୃଷ୍ଟି ରଖି ପ୍ରକୃତ ଠିକଣା ଲୁଚାଯାଇଥିଲା। କୁହାଯାଉଛି ଯେ, ହସିନାଙ୍କ ସୁରକ୍ଷା ପ୍ରୋଟୋଳକ୍ ଅନୁସାରେ କେବେ କେବେ ଲୋଧି ଗାର୍ଡେନରେ ବୁଲୁଥିବାର ଦେଖିବାକୁ ମିଳିଛି। ତାଙ୍କ ପାଖରେ ସୁରକ୍ଷା କର୍ମଚାରୀ ଥିଲେ।

ଉଲ୍ଲେଖନୀୟ ଯେ, ୫ ଅଗଷ୍ଟ ରାତିରେ ବାଂଲାଦେଶ ବାୟୁସେନାର ବିମାନ ନିଜର କିଛି ଘନିଷ୍ଠ ସହଯୋଗୀଙ୍କ ସହ ହିଣ୍ଡନ ଏୟାରବେସ୍‌ରେ ପହଁଞ୍ଚିଥିଲେ। ଏହାର କିଛି ସମୟ ପରେ ସେ ଇସ୍ତଫା ଦେଇଥିଲେ। ଏହି ଦିନ ନ୍ୟାସନାଲ ସିକ୍ୟୁରିଟି ଆଡଭାଇଜର ଅଜିତ ଡୋଭାଲ ଓ ସେନାର ବରିଷ୍ଠ ଅଧକାରୀ ତାଙ୍କୁ ଏୟାରବେସ୍‌ରେ ସାକ୍ଷାତ କରିଥିଲେ।ତେବେ ହସନା କେବଳ ସେଠାରେ ଦୁଇ ଦିନ ବିତାଇଥିଲେ, କାରଣ ସେଠାର ବ୍ୟବସ୍ଥା ତାଙ୍କ ପାଇଁ ପର୍ଯ୍ୟାପ୍ତ ନଥିଲା। ଏହାପରେ ତାଙ୍କୁ ଲୁଟିୟନ୍ସ ଦିଲ୍ଲୀର ସୁରକ୍ଷିତ ସ୍ଥାନକୁ ସିଫ୍ଟ କରାଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.