ଆସିକା, ୧୦।୩ : ଶେରଗଡ଼ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକକୁ ମରଣାନ୍ତକ ଆକ୍ରମଣ l ବ୍ଲକ ପରିସରରେ ଥିବା ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଭିତରେ ପଶି ୧୦ ରୁ ଉର୍ଦ୍ଧ୍ବ ଲୋକ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି l
ବ୍ଲକ ଅଧକ୍ଷଙ୍କ କୃଷ୍ଣଚନ୍ଦ୍ର ନାୟକ ନିଜ କାର୍ଯ୍ୟାଳୟ ରେ ବସିଥିବା ସମୟରେ ୧୦ ରୁ ଉର୍ଦ୍ଧ୍ବ ଲୋକ ତାଙ୍କ ଅଫିସ ଭିତରେ ପଶି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ l କୁମାରପାଣି ପଞ୍ଚାୟତର ଠିକା କାମନେଇ ଏହି ଆକ୍ରମଣ ହୋଇଥବା କୁହା ଯାଉଥିବା ବେଳେ ଗୁରୁତର ବ୍ଲକ ଅଧକ୍ଷଙ୍କ କୃଷ୍ଣଚନ୍ଦ୍ର ନାୟକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି l ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ପରେ ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଘଟଣା ସ୍ଥଳରେ ଶେରଗଡ଼ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି l