ନୂଆଦିଲ୍ଲୀ ; ୧୨/୧ : ନିଜର ଆକ୍ରମଣାତ୍ମ ବ୍ୟାଟିଂ ହେଉ ଅବ ମଜାଳିଆ ଅନ୍ଦାଜ, ସବୁବେଳେ ଗଣମାଧ୍ୟମରେ ହେଡଲାଇନ୍ ପାଲଟିଥାନ୍ତି ଗବର ଭାବେ ଜଣାଶୁଣା ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାଓ୍ବନ । ସୋସିଆଲ ମିଡିଆରେ ନିଜର ନୂଆ ଜୀବନସାଥୀଙ୍କ ପାଇଁ ଉଦ୍ଦେଶ୍ୟରେ କରିଥିବା ଏକ ପୋଷ୍ଟ ଏବେ ଧାଓ୍ବନଙ୍କ ନିର୍ବନ୍ଧ ହୋଇଥିବା ନେଇ ହେଉଥିବା ଚର୍ଚ୍ଚାର ଅନ୍ତ ଘଟାଇଛି । ସେ ଏକ ପୋଷ୍ଟରେ ମୁଦି ପିନ୍ଧା ହୋଇଥିବା ହାତକୁ ପୋଷ୍ଟ କରିଥିଲେ । ଏଥିରେ ସେ ତାଙ୍କ ବିଦେଶି ପ୍ରେମିକା ଯିଏକି ଜୀବନସାଥୀ ହେବାକୁ ଯାଉଛନ୍ତି ତାଙ୍କୁ ପ୍ରେମରେ ପୋତି ପକାଇଛନ୍ତି । ଶିଖର ଧାଓ୍ବନ ଇନଷ୍ଟାଗ୍ରାମରେ ପ୍ରେମିକା ସୋଫି ସାଇନଙ୍କ ଏକ ଫଟୋକୁ ପୋଷ୍ଟ କରିଛନ୍ତି । ଯେଉଁଥିରେ ମୁଦି ପିନ୍ଧିଥିବା ଦେଖା ଯାଇଛି । ଏଥିରେ ସେ ଲେଖିଛନ୍ତି କି, ହସଠାରୁ ସ୍ବପ୍ନ ତୁମ ସହ । ଆମେ ଏକାଠି ରହିବା । ଆମ ନିର୍ବନ୍ଧ ପାଇଁ ଶୁଭେଚ୍ଛା ଜଣାଇଥିବା ସମସ୍ତଙ୍କୁ ଧନ୍ୟବାଦ ।
କେମିତି ହେଲା ପ୍ରେମ ?
ଶିଖର ଧାଓ୍ବନ ଏବଂ ସୋଫିଙ୍କ ମଧ୍ୟରେ ଦୁବାଇରେ ପ୍ରଥମେ ଭେଟ ହୋଇଥିଲା । ପ୍ରଥମେ ବନ୍ଧୁତା ଆଉ ପରେ ଏହା ପ୍ରେମର ରୂପ ନେଇଥିଲା । ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଉଭୟ ଅନେକ ସମୟରେ ଏକାଠି ନଜର ଆସିଥିଲେ । ସେମାନଙ୍କ ମଧ୍ୟରେ ପ୍ରେମ ରହିଥିବା ନେଇ ଚର୍ଚ୍ଚା ହୋଇଥିଲା ମାତ୍ର ପ୍ରଥମେ ସେ ଏହାକୁ ଏଡ଼ାଇ ଦେଇଥିଲେ । ମାତ୍ର ଅନେକ ସମୟରେ କ୍ରିକେଟ ମ୍ୟାଚ ଏବଂ ପାର୍ଟି ସହ କିଛି କାର୍ଯ୍ୟକ୍ରମରେ ଏକାଠି ନଜର ଆସିଥିଲେ । ସେମାନେ କିଚିଦିନ ଡେଟିଂ କରିବା ପରେ ଏବେ ଏଭଳି ନିଷ୍ପତ୍ତି ନେଇଛନ୍ତି ।
ପୂର୍ବରୁ ବିବାହ କରିଥିଲେ ଧାଓ୍ବନ
ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାଓ୍ବନ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି । ସେ ପୂର୍ବରୁ ୨୦୧୨ ମସିହାରେ ଆୟେଶାଙ୍କୁ ବିବାହ କରିଥିଲେ । ସେମାନଙ୍କର ଗୋଟିଏ ପୁଅ ମଧ୍ୟ ରହିଛି । ୨୦୨୩ ମସିହାରେ ସେମାନେ ଅଲଗା ହୋଇଛନ୍ତି । ଏବେ ଉଭୟ ଭଲରେ ନିଜ ଲାଇଫରେ ବଞ୍ଚୁଛନ୍ତି । ଏକ ପୋଡକାଷ୍ଟରେ ଧାଓ୍ବନ କହିଥିଲେ କି, ମୁଁ ପଛ କତାକୁ ଭଲି ଆଗକୁ ବଢ଼ିଛି । ସେପଟେ ପ୍ରେମରେ ପଡ଼ିଛନ୍ତି କି ? ପଚରା ଯାଇଥିବା ପ୍ରଶ୍ନର ସେ ହସି ହସି ଉତ୍ତର ଦେଇଥିଲେ । କହିଥିଲେ କି, ମୁଁ ସବୁବେଳେ ପ୍ରେମରେ ରହିଥାଏ ।