ନୂଆଦିଲ୍ଲୀ,୨୨/୦୨; ଭାରତୀୟ କ୍ରିକେଟରଙ୍କ ଦ୍ୱିତୀୟ ଇନିଂସ ଆରମ୍ଭ । ଶିଖରଙ୍କର ହେଲେ ସୋଫି । ଶିଖର ଧାୱନ ଯିଏକି ଗବ୍ବର ନାମରେ ଜଣାଶୁଣା, ସେ ତାଙ୍କ ଜୀବନର ଆଉ ଏକ ନୂଆ ଆରମ୍ଭ କରିଛନ୍ତି । ତାଙ୍କ ଲେଡି ଲଭ୍ ସୋଫି ସାଇନ୍ଙ୍କ ସହ ସାତଫେରା ନେଇ ଜୀବନସାଥୀ କରିଛନ୍ତି ଶିଖର ଧାୱନ । ସୋସିଆଲ ମିଡିଆରେ ଶିଖର-ସୋଫିଙ୍କ ବିବାହ ଫଟୋ ସାମ୍ନାକୁ ଆସିଛି । ୟୁଝବେନ୍ଦ୍ର ଚହଲ ସେୟାର କରିଥିବା ଫଟୋରେ ଦେଖିବାକୁ ମିଳିଛି ସୋଫି ମନୀଷ ମଲହୋତ୍ରାଙ୍କ ଆଇବରୀ ଥ୍ରୀଡି ଲେହେଙ୍ଗା ପିନ୍ଧିଛନ୍ତି । ସେହିପରି ଶିଖର ଧାୱନଙ୍କ ଶେରୱାନୀ ଏବଂ ପଗଡିରେ ରୟାଲ ଲୁକରେ ନଜର ଆସିଛନ୍ତି । ଫଟୋ ସେୟାର କରି ଚହଲ ଲେଖିଛନ୍ତି 'ଆଜି ମୋର ବନ୍ଧୁର ବାହାଘର' । ନବଦମ୍ପତ୍ତି ଶିଖର-ସୋଫିଙ୍କୁ ସାଥୀ ଖେଳାଳିଙ୍କ ଶୁଭେଛାର ସୁଅ ଛୁଟିଛି । ରିପେସ୍ସନ ପାର୍ଟିରେ ପତ୍ନୀ ରିତିକାଙ୍କ ସହ ରୋହିତ ଏବଂ ଆରପି ସିଂ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

ଚର୍ଚ୍ଚା-ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇ ଶେଷରେ ଶିଖର ଧାୱାନ ଦ୍ୱିତୀୟ ଥର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗର୍ଲଫ୍ରେଣ୍ଡ ସୋଫି ସାଇନଙ୍କୁ ବିହାର କରିଛନ୍ତି । ସୋଫି ଲେହେଙ୍ଗାକୁ ମ୍ୟାଚ କରି ନେଟ୍ ଓଢଣୀ ପକାଇଥିଲେ । ଯାହା ତାଙ୍କ ଲୁକରେ ଚାରଚାନ୍ଦ ଲଗାଇଥିଲା । ଅଳଙ୍କାର କଥା କହିବାକୁ ଗଲେ ସୋଫି ମୋତି, କନ୍ଦନ ହାର ଏବଂ ଛୋଟ ବିନ୍ଦି ଲଗାଇଥିଲେ । ସୋଫିଙ୍କ ଲେହେଙ୍ଗାର ମୂଲ୍ୟ ପ୍ରାୟ ୮୨୫,୦୦୦ ବୋଲି ଜଣାପଡଛି । ଶିଖର ଧାୱନ ଧଳା ଏମ୍ୱ୍ରୋଡୋରୀ ଶେରୱାନୀ ସହ ସୁନ୍ଦର ପଗଡି ପିନ୍ଧି ରାଜକୀୟ ଲୁକରେ ନଜର ଆସିଥିଲେ । ବେକରେ ଲମ୍ବା ମରଲ୍ଡ ହାର ମଧ୍ୟ ପକାଇଥିଲେ । ଚହଳ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ବିବାହରେ ଅତିଥି ମାନେ ନାଚୁଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...ଟି-ଟ୍ୱେଣ୍ଟି ବିଶ୍ୱକପର ସୁପର-୮ ରାଉଣ୍ଡ୍: ଆଜି ଭାରତ-ଦକ୍ଷିଣ ଆଫ୍ରିକା ଲଢ଼େଇ, ଟସ୍ ସାଜିବ ନିର୍ଣ୍ଣାୟକ

ଶିଖର ଧାୱନ ସୋଫିଙ୍କୁ ଦ୍ବିତୀୟ ବିବାହ କରିଛନ୍ତି। ଏହି କ୍ରିକେଟର ପୂର୍ବରୁ ୨୦୧୨ ମସିହାରେ ଅଷ୍ଟ୍ରେଲିଆର ଆୟେଶା ମୁଖାର୍ଜୀଙ୍କୁ ବିବାହ କରିଥିଲେ । ସେମାନଙ୍କର ଏକ ପୁଅ ଜୋରାଭର ଅଛି । କିନ୍ତୁ, କିଛି ବର୍ଷ ପରେ କୌଣସି କାରଣରୁ ସେମାନଙ୍କ ସମ୍ପର୍କ ଛାଡପତ୍ରରେ ଶେଷ ହୋଇଥିଲା ।