ପୁରୀ,୨୮/୦୭: ନୀଳାଦ୍ରି ବିଜେ ପରଦିନକୁ ଅବଢ଼ାର ଜନ୍ମଦିନ କୁହାଯାଏ । ଯେଉଁ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ପ୍ରଥମ କରି ଲାଗିଥିଲା ଅନ୍ନ ମହାପ୍ରସାଦ । ଗୁଣ୍ଡିଚାଘର ଜନ୍ମବେଦିରୁ ଠାକୁରେ ରଥ ଯାତ୍ରାରେ ବିଜେ ହୋଇଥିଲେ । ଶ୍ରୀମନ୍ଦିରରେ ଅନ୍ନମହାପ୍ରସାଦ ବନ୍ଦ ରହିଥିଲା । ନୀଳାଦ୍ରି ବିଜେ ମହୋତ୍ସବରେ ରତ୍ନସିଂହାସନରେ ଅଧିଷ୍ଠିତ ହେଲେ । ତା’ର ପରଦିନଠାରୁ ଠାକୁରଙ୍କୁ ଭୋଗ ଲାଗିବ ଅନ୍ନପ୍ରସାଦ । ପ୍ରଥମ ଦିନର ଠାକୁରଙ୍କ ଅନ୍ନ ମହାପ୍ରସାଦକୁ କୁହାଯାଏ ନୀଳାଚଳ ଅବଢ଼ା । ସେଥିପାଇଁ ନୀଳାଚଳ ଅବଢ଼ାର ମହତ୍ତ୍ୱ ଅଧିକ । ଯେପରି ଗୁଣ୍ଡିଚା ଘରେ ଅନ୍ନ ମହାପ୍ରସାଦକୁ ଆଡ଼ପ ଅବଢ଼ା କୁହାଯାଏ ।
ଅଧିକ ପଢ଼ନ୍ତୁ :- Niladri Bije: ଆର ବର୍ଷକୁ କଥା ଦେଇ ରତ୍ନବେଦୀକୁ ବାହୁଡ଼ିଗଲେ ଦାରୁବ୍ରହ୍ମ, ବର୍ଷାକୁ ବଳିଗଲା ବିରହ ବେଦନା
ଆଜି ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁମାନେ ନୀଳାଚଳ ଅବଢ଼ା ପାଇବେ । ଏଣୁ ବର୍ଷକେ ଏହି ଦିନକୁ ନୀଳାଚଳ ଅବଢ଼ା କଣିକାଏ ପାଇବାକୁ ଉତ୍କଣ୍ଠାର ସହ ଭକ୍ତ ଅପେକ୍ଷା କରିଥାଏ ବୋଲି କୁହନ୍ତି ବରିଷ୍ଠ ସେବାୟତ । ନୀଳାଦ୍ରି ବିଜେରେ ସାଧାରଣତଃ ଠାକୁରଙ୍କ ନୀତି ଅଧିକ ସମୟ ଲାଗେ । ଏଣୁ ପରଦିନ ଭୋଗ ହୋଇ ନୀଳାଚଳ ଅବଢ଼ା ବାହାରିଲା ବେଳକୁ କିଛିଟା ବିଳମ୍ବ ହୋଇଯାଏ ଅବଢ଼ା କୁହାଯାଏ ।