ବାରିପଦା,୨୧।୧୨ :  ଆସନ୍ତାକାଲି  ଶିମିଳିପାଳ ବନ୍ଦ ରହିବ। ଶିମିଳିପାଳରେ ବର୍ଷା ଲାଗି ରହିଛି। ସେଥି ଲାଗି ପର୍ଯ୍ୟଟକଙ୍କ ପାଇଁ ରବିବାର ଶିମିଳିପାଳ  ବନ୍ଦ ରହିବ । କାଳିକାପ୍ରସାଦ ଏବଂ ପିଠାବଟା ଗେଟ ଦେଇ ଯାତାୟାତ ବନ୍ଦ ରହିବ । ଏନେଇ  ଶିମିଳିପାଳ ଉତ୍ତର ଡିଭିଜନର ଉପ-ନିର୍ଦ୍ଦେଶକ ସାଇ କିରଣ ସୂଚନା ଦେଇଛନ୍ତି ।