ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଦାଦାଙ୍କ ପାଖରେ ରହିଛି ସକାଳ ଓ ସଞ୍ଜର ଅନୁଭବ, ଅଜିତ ପାଓ୍ବାରଙ୍କୁ ସିନ୍ଦେଙ୍କ କଟାକ୍ଷ

Published By : Tapas Panda | December 4, 2024 8:05 PM

ମୁମ୍ବାଇ: ଦେବେନ୍ଦ୍ର ଫଡ଼ନାଭିସ୍‌, ଏକନାଥ ସିନ୍ଦେ ଏବଂ ଅଜିତ ପାଓ୍ବାର ମିଳିତ ଭାବରେ ମହାୟୁତି ସରକାର ଗଠନ ଲାଗି ରାଜ୍ୟପାଳଙ୍କ ନିକଟରେ ଦାବି କରିଛନ୍ତି । ଏହା ପରେ ୩ ନେତା ଏକାଠି ବସି ସାମ୍ବାଦିକ ସମ୍ମିଳନୀ କରିଥିଲେ । ଦେବେନ୍ଦ୍ର ଫଡ଼ନାଭିସଙ୍କ ସହ ସନ୍ଦେ ଏବଂ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ କି ବୋଲି ସାମ୍ବାଦିକମାନେ ଏକାନଥ ସିନ୍ଦେଙ୍କୁ ପ୍ରଶ୍ନ କରିଥିଲେ । ଏହାର ଜବାବରେ ସିନ୍ଦେ କହିଥିଲେ, ଆପଣମାନେ ଏତେ ତରବର କାହିଁକି ହେଉଛନ୍ତି ।  ଆସନ୍ତାକାଲି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ତାପୂର୍ବରୁ ସବୁକିଛି ସ୍ପଷ୍ଟ ହୋଇଯିବ । ଏତିକି ବେଳେ ଅଜିତ ପାଓ୍ବାର କହିଥିଲେ, ‘ମୁଁ ତ  ଶପଥ ନେବା ନିଶ୍ଚିତ କିନ୍ତୁ ସିନ୍ଦେଙ୍କ କଥା ସେ ନିର୍ଣ୍ଣୟ କରିବେ ।’ 

ଅଜିତ୍ ପାୱାରଙ୍କ ଏଭଳି ମନ୍ତବ୍ୟ ଶୁଣି ଉପସ୍ଥିତ ନେତା ଏବଂ ସାମ୍ବାଦିକମାନେ ଜୋରରେ ହସିବାକୁ ଲାଗିଥିଲେ । ଏକନାଥ ସିନ୍ଦେ ମଧ୍ୟ ହସ ହସରେ ଅଜିତ୍ ପାୱାରଙ୍କୁ କଟାକ୍ଷ କରିଥିଲେ । ସିନ୍ଦେ କହିଥିଲେ, ‘ଅଜିତ ଦାଦାଙ୍କୁ ଶପଥ ନେବାର ଅନୁଭବ ରହିଛି । ସକାଳେ ଏବଂ ସନ୍ଧ୍ୟାରେ ଶପଥ ନେବାର ଅନୁଭବ ତାଙ୍କ ପାଖରେ ରହିଛି ।’ ଉଲ୍ଲେଖଯୋଗ୍ୟ ଯେ, ଅଜିତ ପାୱାର ଏବଂ ଦେବେନ୍ଦ୍ର ଫଡ଼ନାଭିସ୍‌ ୨୦୧୯ ନିର୍ବାଚନ ପରିଣାମ ଆସିବା ପରେ ସକାଳରେ ଆୟୋଜିତ ଉତ୍ସବରେ ଶପଥ ନେଇଥିଲେ । ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ଏବଂ ଅଜିତ୍ ପାୱାର ଉପମୁଖ୍ୟମନ୍ତ୍ରୀ ଶପଥ ନେଇଥିଲେ । ତେବେ ଅଜିତ୍ ପାୱାର ତାଙ୍କ ଦଳର ବିଧାୟକଙ୍କ ସମର୍ଥନ ହାସଲ କରିପାରି ନଥିଲେ । ଏହି କାରଣରୁ ସରକାର ୩ ଦିନରେ ଭାଙ୍ଗି ଯାଇଥିଲା । ପରେ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ମହାବିକାଶ ଅଘାଡ଼ି ସରକାର ଗଠନ କରିଥିଲା ।

୨୦୨୨ରେ ମହାଅଘାଡ଼ି ସରକାର ଭାଙ୍ଗିଗଲା ଏବଂ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ମହାୟୁତି ସରକାର ହେଲା । ପରେ ମହାୟୁତି ସରକାରରେ ଏନସିପିର ୪୦  ବିଧାୟକଙ୍କୁ ଧରି ସାମିଲ ହୋଇଥିଲେ ଅଜିତ୍ ପାୱାର । ଏହାସହ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ସନ୍ଧ୍ୟାରେ ଶପଥ ନେଇଥିଲେ । ଦେବେନ୍ଦ୍ର ଫଡ଼ନାଭିସ୍‌ଙ୍କ ନେତୃତ୍ୱରେ ଆଗାମୀ ମହାରାଷ୍ଟ୍ର ସରକାରରେ ବି ଅଜିତ୍ ପାୱାର ଉପମୁଖ୍ୟମନ୍ତ୍ରୀ ହେବେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.