ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ

Published By : Tapas Panda | July 20, 2025 6:28 PM

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁସାରେ, ଏକ ଯାତ୍ରୀବାହୀ ଜାହାଜରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା ଏବଂ ଯାତ୍ରୀମାନେ ଜାହାଜରୁ ଡେଇଁ ପଡ଼ିଥିଲେ। ଉତ୍ତର ସୁଲାୱେସିର ତାଲିସ୍ ଦ୍ୱୀପ ନିକଟରେ କେଏମ ବାର୍ସେଲୋନା VA ଜାହାଜରେ ହଠାତ୍ ନିଆଁ ଲାଗିଯାଇଥିଲା । ଏହା ପରେ ଯାତ୍ରୀମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଜାହାଜରୁ ଡେଇଁ ପଡ଼ିଥିଲେ । ଅନେକ ଯାତ୍ରୀ ଭୟଙ୍କର ଦୃଶ୍ୟକୁ ନିଜ ଫୋନରେ କଏଦ ମଧ୍ୟ କରିଛନ୍ତି । ଜାହାଜରେ ୨୮୦ ରୁ ଅଧିକ ଲୋକ ଥିଲେ । 

ଅଗ୍ନିକାଣ୍ଡ ପରେ, ଭୟଭୀତ ଯାତ୍ରୀମାନେ ନିଆଁରୁ ରକ୍ଷା ପାଇବା ପାଇଁ ସମୁଦ୍ରକୁ ଡେଇଁପଡ଼ିଥିବା ଦେଖାଯାଇଥିଲା । ଜାହାଜରେ ଅନେକ ପିଲା ମଧ୍ୟ ଥିଲେ । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଏବଂ କୌଣସି ମୃତାହତ ନେଇ ସୂଚନା ମିଳି ନାହିଁ ।  ଭାଇରାଲ୍‌ ଭିଡିଓରେ, ଜାହାଜରେ ଥିବା ଲୋକମାନେ ଜୀବନ ବଞ୍ଚାଇବା ପାଇଁ ସମୁଦ୍ରକୁ ଡେଇଁପଡ଼ୁଥିବାର ଦେଖାଯାଉଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଜୀବନ ସୁରକ୍ଷା ଜ୍ୟାକେଟ୍ ପିନ୍ଧିଥିଲେ, କିନ୍ତୁ କିଛି ପିନ୍ଧି ନଥିଲେ । ଅନେକ ଯାତ୍ରୀ ଜ୍ୟାକେଟ୍ ବିନା ସମୁଦ୍ରକୁ ଡେଇଁ ପଡ଼ିଥିଲେ।  ନିଆଁଠାରୁ ପ୍ରାୟ ୧୦ ରୁ ୧୫ ମିଟର ଦୂରରେ ଥିବା ଜଣେ ମହିଳାଙ୍କ ଦ୍ୱାରା ଉତ୍ତୋଳନ କରାଯାଇଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି  । 

ଜାହାଜରେ ଥିବା ଲୋକ ଭୟରେ ଚିତ୍କାର କରୁଥିବା ମଧ୍ୟ ଶୁଣିବାକୁ ମିଳୁଛି । ଜାହାଜଟି ହୁତୁ ହୁତୁ ହୋଇ ଜଳୁଥିବା ବେଳେ ଏଥିରୁ ନିର୍ଗତ ଧୂଆଁ ବହୁ ଉଚ୍ଚକୁ ବ୍ୟାପିଥିଲା । ଘନ କଳା ଧୂଆଁ ଆକାଶକୁ ଉଠୁଥିବା ଭିଡିଓରେ ଦେଖାଯାଉଛି। ନିକଟସ୍ଥ ଦ୍ୱୀପରୁ ଯାଉଥିବା ଅନେକ ମାଛ ଧରିବା ଡଙ୍ଗା ପାଣିରୁ କିଛି ଲୋକଙ୍କୁ ଉଦ୍ଧାର କରି ସେମାନଙ୍କ ଡଙ୍ଗାରେ କୂଳକୁ ଆଣିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.