ମୁମ୍ବାଇ: ଶିବସେନା (UBT) ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ନେପାଳରେ ଜାରି ହିଂସା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ମଙ୍ଗଳବାର (ସେପ୍ଟେମ୍ବର) ସେ ଟ୍ବିଟ୍‌ କରି କହିଛନ୍ତି, ଆଜି ନେପାଳରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା ଯେକୌଣସି ଦେଶରେ ସୃଷ୍ଟି ହୋଇପାରେ । ତେଣୁ ସତର୍କ ରହିବାକୁ ପଡିବ । ନେପାଳରେ Gen-Z (୧୯୯୭ରୁ ୨୦୧୨ ମଧ୍ୟରେ ଜନ୍ମିତ) ପ୍ରତିବାଦ ପଛରେ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଏବଂ ଦୁର୍ନୀତି ଭଳି ଅନେକ ପ୍ରସଙ୍ଗ ଅନ୍ତର୍ଭୁକ୍ତ। ପ୍ରତିବାଦ ପରେ ସୋମବାର ରାତିରେ ସୋସିଆଲ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇ ଦିଆଯାଇଥିଲା । ସେପଟେ ମଙ୍ଗଳବାର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏବେ କଣ୍ଡାମାଣ୍ଡୁ ମେୟର ବାଲେନ ଶାହଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ କରିବା ପାଇଁ ଦାବି ହେଉଛି।

ଭାରତର ପଡ଼ୋଶୀ ରାଷ୍ଟ୍ର ନେପାଳରେ ଯେଉଁ ଭଳି ଅରାଜକତା ସୃଷ୍ଟି ହୋଇଛି ତାକୁ ନେଇ ସଞ୍ଜୟ ରାଉତ କହିଛନ୍ତି, ‘ଆଜି ନେପାଳ ! ଏହି ପରିସ୍ଥିତି ଯେକୌଣସି ଦେଶରେ ସୃଷ୍ଟି ହୋଇପାରେ ସାବଧାନ ରୁହ ଭାରତ ମାତା କି ଜୟ ବନ୍ଦେ ମାତରମ୍ ।’

ନେପାଳରେ ହେଉଥିବା ପ୍ରତିବାଦ ସଂପର୍କରେ ସୂଚନା-

ପ୍ରଦର୍ଶନକାରୀଙ୍କ ଆକ୍ରମଣରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା ଆହତ

ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ପ୍ରଚଣ୍ଡ, ଯୋଗାଯୋଗ ମନ୍ତ୍ରୀ ପୃଥ୍ୱୀ ସୁବ୍ବା ଗୁରୁଙ୍ଗ, ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖକଙ୍କ ବାସଭବନ ଉପରେ ଆକ୍ରମଣ

ପ୍ରତିବାଦକାରୀମାନେ ରାଷ୍ଟ୍ରପତି ରାମଚନ୍ଦ୍ର ପୋଡେଲଙ୍କ ବାସଭବନ ଉପରେ ମଧ୍ୟ ଆକ୍ରମଣ କରିଥିଲେ ବିକ୍ଷୋଭକାରୀ

ଦେଉବାଙ୍କ ପତ୍ନୀଙ୍କୁ ମଧ୍ୟ ପ୍ରତିବାଦକାରୀମାନେ ମାଡ଼ ମାରିଛନ୍ତି ।

ନେପାଳରେ ବିକ୍ଷୋଭକାରୀମାନେ ଗୁଳି ଚଳାଇଥିବା ପୁଲିସ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି

ପୁଲିସ କାର୍ଯ୍ୟାନୁଷ୍ଠାନରେ ୨୩ ଜଣ ପ୍ରତିବାଦକାରୀଙ୍କ ମୃତ୍ୟୁ ହୋଇଛି

ପ୍ରଦର୍ଶନକାରୀମାନେ ଭୈରବ ବିମାନବନ୍ଦରକୁ ଘେରି ରହିଛନ୍ତି

ସଂସଦ ଭବନରେ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ

ରାଷ୍ଟ୍ରପତିଙ୍କ ବ୍ୟତୀତ ୯ ଜଣ ମନ୍ତ୍ରୀଙ୍କ ଘରେ ମଧ୍ୟ ଭଙ୍ଗାରୁଜା ଏବଂ ନିଆଁ ଲଗାଯାଇଛି

ଓଲିଙ୍କ ଇସ୍ତଫା ପରେ, ନେପାଳରେ ନୂତନ ସରକାର ଗଠନ ପାଇଁ ଆନ୍ଦୋଳନ ତୀବ୍ର ହୋଇଛି

ଆନ୍ଦୋଳନ ନେତା ବାଲେନ ଶାହ ଏବଂ ରବି ଲାମିଛାନେଙ୍କ ମଧ୍ୟରେ ଆଲୋଚନା

ରାଷ୍ଟ୍ରପତି ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି