ଜହ୍ନ।ପଙ୍କ, ୧/୬: ବୌଦ୍ଧ ବ୍ଲକ ତାଳଶରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାନେଶ୍ୱର ଶୈବ ପୀଠ ରେ ରୀତିକାନ୍ତିରେ  ଶିବ  ପାର୍ବତୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଛି | ଶିବ ପାର୍ବତୀଙ୍କ ବିବାହ ଅନୁଷ୍ଠିତତ ହେବା ପରେ ରବିବାର ସଂଗ୍ରାମପୁର ଗ୍ରାମର ପାର୍ବତୀଙ୍କ ପିତା ସାଜିଥିବା ଉତ୍ତମ ବେହେରାଙ୍କ ଘରୁ ପଟୁଆର ଭାରରେ  କନ୍ୟା ବିଦାୟ ଜିନିଷ ପତ୍ର ଅଣା ଯାଇଥିଲା l ଶିବଙ୍କ ପିତା ରବିନ୍ଦ୍ର ଦେଓ  ଓ ମହାଦେବଙ୍କ ପାଖରେ ପଟୁଆର ଭାର ସହ ଜିନିଷପତ୍ର ସମର୍ପଣ କରାଯାଇଥିଲା । ଏଥିରେ ପୁତ୍ର ପିତା ଓ କନ୍ୟାପିତା ଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ରହି ମହା ଆଡମ୍ବରରେ ପାଳନ କରାଯାଇଥିଲା।