ଅନୁଗୁଳ,୦୫/୦୫: ମା’ ସହ ଅନ୍ୟ ଜଣେ ଯୁବକଙ୍କ ଅନୈତିକ କାର୍ଯ୍ୟକୁ ଦେଖିଦେଲା ପୁଅ । ରଙ୍ଗେହାତ୍ ଧରାପଡ଼ିବା ପରେ ରକ୍ତମୁଖା ହୋଇଉଠିଲା ପ୍ରେମିକ । ମହିଳାଙ୍କ ପୁଅକୁ ପିଟାମରା କରିବା ସହିତ ଛୁରିରେ ତାଙ୍କ ଶଶୁରଙ୍କୁ ଆକ୍ରମଣ କଲା । ଅନୁଗୁଳ ସହର ଉପକଣ୍ଠରେ ଗତ ଶୁକ୍ରବାର ରାତିରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ମୁତାବକ, ଗତ ଶୁକ୍ରବାର ରାତି ପ୍ରାୟ ୧୦ଟା । ବଲାସିଂହା ଅଞ୍ଚଳର ପ୍ରେମିକ ମହିଳାଙ୍କ ଘରେ ପହଞ୍ଚିଥିଲା । ଉଭୟ ପରକୀୟା ପ୍ରୀତିରେ ମାତିଥିବା ବେଳେ ଭେଣ୍ଡା ପୁଅ ଦେଖି ଦେଇଥିଲା । ସେ ପାଟି କରିବାରୁ ଧରାପଡିଯିବା ଭୟରେ ପ୍ରେମିକ ତାଙ୍କୁ ଗାଳିଗୁଲଜ କରିବା ସହିତ ବାଉଁଶ ବାଡ଼ିରେ ପିଟାମରା କରିଥିଲା । ତାଙ୍କୁ ରକ୍ଷା କରିବାକୁ ଆସିଥିବା ତାଙ୍କ ଜେଜେବାପାଙ୍କୁ ପ୍ରେମିକ ଛୁରୀରେ ଆକ୍ରମଣ କରିଥିଲା । ଛୁରି ଆକ୍ରମଣରେ ବୃଦ୍ଧଙ୍କ ଗାଲରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ପରିବାର ଲୋକ ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏ ନେଇ ମହିଳାଙ୍କ ପୁଅ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ଅଧିକ ପଢ଼ନ୍ତୁ :- କଣାସରେ ଯୁବକଙ୍କୁ ହାଣି ବୁଲେଟ୍ ଚଢ଼ାଇବା ମାମଲା: ୪ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର