ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ସୁଟିଂ ବେଳେ କାଠ ପଟା ଖସିବାରୁ ଆହତ ହେଲେ ତୁଳସୀ କୁମାର

Published By : Anindita Ratha | October 9, 2024 1:37 PM

ମୁମ୍ବାଇ,୦୯/୧୦: ଚଣ୍ଡିଗଡ଼ରେ ଏକ ମ୍ୟୁଜିକ୍ ଭିଡିଓର ସୁଟିଂ ସମୟରେ ଆହତ ହୋଇଛନ୍ତି ଗାୟିକା ତୁଲସୀ କୁମାର । ତାଙ୍କ ଉପରେ ଏକ ବଡ଼ କାଠ ପଟା ପଡିଯିବାରୁ ତାଙ୍କ ଅଣ୍ଟାରେ ଆଘାତ ଲାଗିଥିବା ଜଣାଯାଇଛି। ତୁଲସୀ କୁମାର ଚଣ୍ଡିଗଡ଼ରେ ତାଙ୍କର ଆଗାମୀ ମ୍ୟୁଜିକ୍ ଭିଡିଓର ସୁଟିଂ ପାଇଁ ପହଞ୍ଚିଥିବା ବେଳେ ତାଙ୍କ ସହ ଏହି ବଡ଼ ଦୁର୍ଘଟଣା ଘଟିଥିଲା, ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। 

ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଭିଡିଓରେ ତୁଲସୀ ଏକ ଧଳା ରଙ୍ଗର ପୋଷାକ ପିନ୍ଧି ସୁଟ୍ ପାଇଁ ପ୍ରସ୍ତୁତ ହେଉଥିବା ଦେଖାଯାଇଛି। ଏହା ପରେ ତାଙ୍କ ବାମ ପଟେ ଥିବା ପଟା ଖସିବା ସହ ପଛ ପଟେ ଥିବା ବଡ଼ ପଟାଟି ତାଙ୍କ ଉପରକୁ ଖସିପଡ଼ୁଛି। ସୁଟିଂରେ ଥିବା କ୍ରୁ ସଦସ୍ୟଙ୍କ ଚିତ୍କାର ଶୁଣି ତୁଳସୀ ଆଗକୁ ଆସିବାକୁ ‌ଚେଷ୍ଟା କରିଥିଲେ ବି ପଟାଟି ତାଙ୍କ ଅଣ୍ଟାରେ ପଡ଼ିଯାଉଛି। ଏହା ଫଳରେ ତାଙ୍କ ଅଣ୍ଟାରେ ଆଘାତ ଲାଗୁଛି। ଯାହା ପରେ ସେଠାରେ ଉପସ୍ଥିତ ଥିବା ସମସ୍ତ କ୍ରୁ ସଦସ୍ୟ ତାଙ୍କ ପାଖକୁ ଆସି ସାହାଯ୍ୟ କରନ୍ତି।ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପ୍ରଶଂସକମାନେ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଏହା ବ୍ୟତୀତ ପ୍ରଶଂସକମାନେ ମଧ୍ୟ ଗାୟକଙ୍କ ବିଷୟରେ ଚିନ୍ତା ପ୍ରକଟ କରୁଛନ୍ତି। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। 







Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.