ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବ୍ଲକ କାର୍ଯ୍ୟାଳୟରେ କର୍ମଚାରୀ ଏବଂ ଅଧିକାରୀ ମରୁଡିକୁ ନେଇ ବିଡିଓଙ୍କୁ ଭେଟିଲେ ସାଂସଦ ପ୍ରତିନିଧି

Published By : Gurupada Nath | January 24, 2025 6:40 PM

ଚନ୍ଦାହାଣ୍ଡି,୨୪/୧ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟରେ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ମରୁଡିର ସମସ୍ୟାକୁ ନେଇ  ଚନ୍ଦାହାଣ୍ଡି ବିଡିଓ ରାମକୃଷ୍ଣ ନାୟକଙ୍କୁ ଭେଟି ଆଲୋଚନା କଲେ ସାଂସଦ ପ୍ରତିନିଧି   ବସନ୍ତ ମାଝି ଏବଂ ବିଜେପି ପ୍ରତିନିଧି ଦଳ l ଏଠାରେ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ପଦବୀ ଖାଲି ପଡ଼ିଥିବା ଫଳରେ ବ୍ଲକର ଜନସାଧାରଣଙ୍କ ବିକାଶ ମୂଳକ କାର୍ଯ୍ୟ କରିବା ପାଇଁ ବିଶେଷ ଅସୁବିଧା ଦେଖା ଦେଉଥିବା ନେଇ ବିଡିଓ ରାମକୃଷ୍ଣ ନାୟକ ସାଂସଦ ପ୍ରତିନିଧି ଏବଂ ବିଜେପି ପ୍ରତିନିଧି ଦଳକୁ ପ୍ରକାଶ କରିବା ସହ ଏ ବାବଦରେ ଜିଲ୍ଲାକୁ ରିପୋର୍ଟ ଦେଇଥିବା ନେଇ ସୂଚନା ଦେଇଥିଲେ l ଏଠାରେ ଖୁବଶୀଘ୍ର କର୍ମଚାରୀ ଏବଂ ଅଧିକାରୀ ପୂରଣ ପାଇଁ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସାଂସଦ ପ୍ରତିନିଧି ବସନ୍ତ ମାଝି ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି l

ପ୍ରକାଶ ଯେ, ଚନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟରେ ଏବିଡିଓ ପଦବୀ ଖାଲି ପଡ଼ିଥିବାରୁ ଏଠାରେ ଜନସାଧାରଣଙ୍କ ବିକାଶ କାର୍ଯ୍ୟରେ ବିଶେଷ ଅସୁବିଧା ଦେଖାଦେଉଛି l ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପଦବୀ ଖାଲି ପଡିବା ଫଳରେ   ଆଦିବାସୀ ଏବଂ ହରିଜନ କଲ୍ୟାଣ କାର୍ଯ୍ୟ ଠିକ ଭାବରେ ହୋଇ ପାରୁ ନ ଥିବାବେଳେ ଏକାଉଣ୍ଟ ଅଧିକାରୀ ପଦବୀ ଦୀର୍ଘ ଦିନ ହେବ ଖାଲି ପଡିଥିବାରୁ ଏଠାରେ ବିଭିନ୍ନ ବିଭାଗର ଅର୍ଥ ଠିକ ଭାବରେ ହିସାବ ହୋଇପାରୁନି l ଏହା ବ୍ୟତୀତ ଚନ୍ଦାହାଣ୍ଡି ବ୍ଲକରେ ୭ଟି ପଞ୍ଚାୟତର ପିଇଓ ପଦବୀ ଖାଲିପଡ଼ିଥିବା ନେଇ ଜିପିଡିଓ ବାନାମ୍ଭର ଦାଶ ପ୍ରକାଶ କରିଛନ୍ତି l  

୩ଟି ପଞ୍ଚାୟତକୁ ଜଣେ ପିଇଓମାନଙ୍କୁ ଦାୟିତ୍ୱ ଦିଆଯାଇଥିବାରୁ ପଞ୍ଚାୟତସ୍ତରରେ ଲୋକଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ଆସୁଥିବା ନେଇ ଶ୍ରୀ ଦାଶ ସୂଚନା ଦେଇଥିଲେ l ୧୪ଟି ପଂଚାୟତରେ ରୋଜଗାର ସହାୟକ ପଦବୀ ଖାଲି ପଡ଼ିଥିବାରୁ ପଞ୍ଚାୟତରେ ଏନଆରଜିଏସ କାର୍ଯ୍ୟରେ ବିଶେଷ ବାଧା ଦେଖାଦେଉଛି l ଏ ଦିଗରେ ଜିଲ୍ଲା ପ୍ରଶାସନ ଏକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି l ଏହି ଅବସରରେ ବରିଷ୍ଠ ନେତା ଭରତ ବାଗ, ଶ୍ୟାମ ସୁନ୍ଦର ମାଝି, ଭୋଦେବ ବାଗ, କାର୍ତ୍ତିକ ମାଳି, ପ୍ରମୁଖ ବିଜେପିର ପ୍ରତିନିଧି ଦଳ ଉପସ୍ଥିତ ଥିଲେ l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.