ନୂଆଦିଲ୍ଲୀ: କ୍ରିକେଟ ଜଗତରେ ଯଶପ୍ରୀତ ବୁମରାଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଦେଶ ଓ ବିଦେଶରେ ଦମଦାର ବେଲିଂ ଲାଗି ବୁମରାଙ୍କୁ ମିଳୁଛି ପ୍ରଶଂସା । ବିଦେଶ ମାଟିରେ ୟର୍କର ଫିଙ୍ଗି ବିପକ୍ଷ ଦଳଙ୍କୁ ଘାଇଲା କରୁଥିବା ଯଶପ୍ରୀତ ବୁମରାଙ୍କୁ ମିଳିବାକୁ ଯାଉଛି ବଡ଼ ଉପହାର । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୁମରାଙ୍କ ନାଁ ୨୦୨୪ର ସର୍ବଶ୍ରେଷ୍ଠ କ୍ରିକେଟର ଅଫ ଦି ଇୟର ପୁରସ୍କାର ପାଇଁ ମନୋନୀତ କରଛି ।  ବୁମରା ୨୦୨୪ରେ ୩ଟି ଫର୍ମାଟରେ ଖୁବ ଭଲ ପ୍ରଦର୍ଶନ କରିଛନ୍ତି । ତେଣୁ ତାଙ୍କୁ ସାର୍‌ ଗାରଫିଲ୍ଡ ସୋବର୍ସ ଟ୍ରଫି ଲାଗି ମନୋନୀତ କରିଛି ଆଇସିସି । ସେପଟେ ଏହି ପୁରସ୍କାର   ଦୌଡ଼ରେ ଅନ୍ୟ ୩ ଖେଳାଳି ଅଛନ୍ତି ।  ଯଶପ୍ରୀତ ମୁମରା ଭାରତକୁ ୨୦୨୪ ଟି-୨୦ ବିଶ୍ବକପ୍‌ ଜିତାଇବାରେ ମୁଖ୍ୟ ଭୂମିକା ନେଇଥିଲେ । ୮ଟି ମ୍ୟାଚ୍‌ରେ ୧୫ଟି ଓ୍ବିକେଟ ନେଇଥିଲେ ବୁମରା । ସେ ଦମଦାର ପ୍ରଦର୍ଶନ ପାଇଁ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ମଧ୍ୟ ହୋଇଥିଲେ । ଜସପ୍ରୀତ ବୁମରାଙ୍କ ସମେତ ଇଂଲଣ୍ଡର ଜୋ ରୁଟ୍‌, ହ୍ୟାରି ବ୍ରୁକ, ଅଷ୍ଟ୍ରେଲିଆର ଟ୍ରେଭିସ ହେଡ୍ ୨୦୨୪ର ସର୍ବଶ୍ରେଷ୍ଠ କ୍ରିକେଟର ଅଫ ଦି ଇୟର ପୁରସ୍କାର ରେସ୍‌ରେ ସାମିଲ ହୋଇଛନ୍ତି । 




୧ – ଯଶପ୍ରୀତ ବୁମରା

ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଚଳିତ ବର୍ଷ ଗୋଟିଏ ବି ଦିନିକିଆ ମ୍ୟାଚ୍ ଖେଳି ନାହାନ୍ତି। ସେ କେବଳ ଟେଷ୍ଟ ଓ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଛନ୍ତି। ସେ ୧୩ଟି ଟେଷ୍ଟରେ ୧୪.୯୨ ହାରରେ ୭୧ ଓ୍ଵିକେଟ୍ ନେଇଛନ୍ତି। ୮ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ସେ ୪.୧୭ ହାରରେ ୧୫ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି । ଭାରତକୁ ଟି-୨୦ ବିଶ୍ଵକପ୍ ଚାମ୍ପିଅନ କରାଇବାରେ ବୁମରା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

୨– ହ୍ୟାରି ବ୍ରୁକ

ଇଂଲଣ୍ଡର ଏହି ବିପଦଜ୍ଜନକ ଯୁବ ବ୍ୟାଟର ମାତ୍ର ୧୨ଟି ଟେଷ୍ଟ ଖେଳି ୫୫ ହାରରେ ୧୧୦୦ ରନ କରିଛନ୍ତି। ଏଥିରେ ତାଙ୍କର ସର୍ବୋଚ୍ଚ ସ୍କୋର ୩୧୭ ରନ ରହିଛି। ଚଳିତ ବର୍ଷ ଅନ୍ୟ ଫର୍ମାଟ୍ରେ ସେ ଇଂଲଣ୍ଡ ପାଇଁ ଖେଳି ନାହାନ୍ତି। ୨୨ ବର୍ଷୀୟ ବ୍ୟାଟର ଲଗାତାର ଦମଦାର ପ୍ରଦର୍ଶନ କରି ଆଇସିସି ପୁରୁଷ ଟେଷ୍ଟ ବ୍ୟାଟର ମାନ୍ୟତାରେ ଜୋ ରୁଟଙ୍କୁ ପଛରେ ପକାଇ ଶୀର୍ଷକୁ ଉଠିଥିଲେ।

୩ -  ଜୋ ରୁଟ୍

ଇଂଲଣ୍ଡର ବ୍ୟାଟର ଜୋ ରୁଟ୍ ଚଳିତ ବର୍ଷ ଟେଷ୍ଟ କ୍ରିକେଟରେ ଖୁବ୍ ବର୍ଷିଛନ୍ତି। ସେ ୧୭ଟି ମ୍ୟାଚ୍ ଖେଳି ୫୫.୫୭ ହାରରେ ମୋଟ୍ ୧୫୫୬ ରନ କରିଛନ୍ତି। ଏହି ସମୟରେ ତାଙ୍କର ସର୍ବୋଚ୍ଚ ସ୍କୋର ୨୬୨ ରନ ଥିଲା। ପଞ୍ଚମ ଥର ସେ ଟେଷ୍ଟ କ୍ରିକେଟରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧୦୦୦ରୁ ଅଧିକ ରନ କରିଛନ୍ତି। 

୪– ଟ୍ରେଭିସ ହେଡ୍

ଅଷ୍ଟ୍ରେଲିଆର ବ୍ୟାଟର ଟ୍ରେଭିସ  ହେଡ ଚଳିତ ବର୍ଷ ୯ଟି ଟେଷ୍ଟ ଖେଳି ୪୦.୫୩ ହାରରେ ୬୦୮ ରନ କରିଛନ୍ତି। ଏଥିରେ ତାଙ୍କର ସର୍ବୋଚ୍ଚ ସ୍କୋର ୧୫୨ ରନ। ସେ ୧୫ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳି ୧୭୮ରୁ ଅଧିକ ଷ୍ଟ୍ରାଇକ୍ ରେଟରେ ୫୩୯ ରନ କରିଛନ୍ତି।