ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସିଢ଼ି ଚଢିବା କିମ୍ବା ଚାଲିବା ସମୟରେ ଆପଣଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେଉଛି କି? ଜାଣନ୍ତୁ...

Published By : Anindita Ratha | January 24, 2025 3:15 PM

ବର୍ତ୍ତମାନର ଅବ୍ୟବସ୍ଥିତ ଜୀବନଶୈଳୀ ଓ ଖରାପ ଖାଦ୍ୟପେୟ ଯୋଗୁଁ ବିଭିନ୍ନ ପ୍ରକାର ରୋଗ ଦେଖାଦେଉଛି।  ସେହିପରି କିଛି ଲୋକ ଚାଲିବା କିମ୍ବା ସିଢ଼ି ଚଢିବା ବେଳେ କଷ୍ଟ ଅନୁଭବ କରିଥାନ୍ତି ।  ନିଶ୍ବାସ ନେବାରେ ସମସ୍ୟା ହୋଇଥାଏ ।  ଆଉ ଏପରି ସ୍ଥଳେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଆସିଥାଏ ଯେ କାହିଁକି ଏପରି ହେଉଛି।  ତେବେ ଆସନ୍ତୁ ଜାଣିବା ଚାଲିବା କିମ୍ବା ସିଢ଼ି ଚଢିବା ସମୟରେ କାହିଁକି ନିଶ୍ବାସ ନେବାରେ କଷ୍ଟ ହୋଇଥାଏ। 

ତେବେ ସିଢ଼ି ଚଢିବା  କିମ୍ବା ଚାଲିବା ସମୟରେ ନିଶ୍ବାସ ଫୁଲିବା ପଛରେ ଅନେକ କାରଣ ରହିଛି । ଆପଣ ଜୋରରେ ଚାଲିଲେ ହେଉ କି ଦୌଡ଼ିଲେ ନିଶ୍ବାସ ଫୁଲିବା ସାଧାରଣ କଥା । ହେଲେ ଯଦି ଆପଣ ଧିରେ ଧିରେ ଚାଲୁଛନ୍ତି କିନ୍ତୁ ତଥାପି ନିଶ୍ବାସ ଫୁଲୁଛି ତେବେ ଏହା କେତେକ ସ୍ବାସ୍ଥ୍ୟ ସମସ୍ୟାର ଲକ୍ଷଣ ହୋଇପାରେ । ଯେପରିକି ବ୍ଲଡପ୍ରେସର ସମସ୍ୟା,ହୃଦ ଜନିତ ରୋଗ , କିଡନୀ ସମସ୍ୟା ,ନିମୋନିଆ, ଟିବି, ସଂକ୍ରମଣ କିମ୍ବା ଆସ୍ଥାମା ଥିଲେ ଏହି କାରଣରୁ ସିଡି ଚଢିଲେ କଷ୍ଟ ଲାଗିଥାଏ । ସେହିପରି ମହିଳା ଓ ଛୁଆଙ୍କ ମଧ୍ୟରେ ରକ୍ତ ଅଭାବରୁ ନିଶ୍ବାସ ଫୁଲିବା ସମସ୍ୟା ହୋଇପାରେ । ହେଲେ ଯଦି ଆପଣଙ୍କୁ ଲଗାତାର ଚାଲିବା କିମ୍ବା ସିଡି ଚଢିବା ସମୟରେ ନିଶ୍ବାସ ନେବାରେ କଷ୍ଟ ହେଉଛି ତେବେ ଡାକ୍ତରଙ୍କ ପରାମର୍ଶ  ନେବା ଆବଶ୍ୟକ ।

ସେହିପରି ଏନେଇ ଖାଦ୍ୟପେୟ ପ୍ରତି ସତର୍କ ରହିବା ଜରୁରୀ ଅଟେ।  ଲୁଣ, ମିଠା, ତେଲ ଛଣା ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତୁ । ଏହାଦ୍ବାରା ବିପି ଓ ଡାଇବେଟିସ ଆଶଙ୍କା ବଢିଥାଏ । କାଶ କିମ୍ବା ଆସ୍ଥାମା ସମସ୍ୟା ଥିଲେ ଔଷଧ ଖାଆନ୍ତୁ ।  ସେହିପରି ଶୀତଦିନେ ମାସ୍କ ବ୍ୟବହାର କରନ୍ତୁ । ପ୍ରତିଦିନ ଯୋଗ, ବ୍ୟାୟମ କରି ନିଜକୁ ସୁସ୍ଥ ରଖନ୍ତୁ । ଆଉ ଯେଉଁ ଲୋକଙ୍କ ହାର୍ଟ, ବ୍ଲଡପ୍ରେସର, ଫୁସଫୁସ ଜନିତ ସମସ୍ୟା ଅଛି, ସେମାନେ ନିୟମିତ ଔଷଧ ସେବନ କରିବା ଉଚିତ୍ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.