ପ୍ରାୟ ଲୋକ ମୁଣ୍ଡ ତଳେ ତକିଆ ଦେଇ ଶୋଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଅନେକ ଲୋକଙ୍କର ବେକ ଯନ୍ତ୍ରଣା ସମସ୍ୟା ରହିଥାଏ । ଏହି ସ୍ଥିତିରେ ତକିଆ ଦେଇ ଶୋଇବା ଉଚିତ୍ ବା ଅନୁଚିତ୍? ଚାଲନ୍ତୁ ଜାଣିବା...
ବେକ ଯନ୍ତ୍ରଣା ଥିଲେ ତକିଆ ଦେବା ଠିକ୍ ନା ଭୁଲ୍?
ଡାକ୍ତର ଦୀପକ ଅରୋରାଙ୍କ ଅନୁସାରେ, ଆମେ ଶୋଇବା ସମୟରେ ମୁଣ୍ଡତଳେ ତକିଆ ଦେବା ବହୁତ ଜରୁରି । ଏଥିପାଇଁ ତକିଆର ଆକାରକୁ ଧ୍ୟାନ ଦେବା ଦରକାର । ଶୋଇବା ସମୟରେ ଭୁଲ୍ ଶୈଳୀରେ ନ ଶୋଇବା ଜରୁରି । ଯେପରିକି ଫ୍ଲେକ୍ସଡ୍, ଏକ୍ସଟେନ୍ସନ୍ ବା ସାଇଡ୍ୱେଜ୍ ନ ହେବା ଆବଶ୍ୟକ । ଶୋଇବା ସମୟରେ ବେକ ସବୁବେଳେ ସିଧା ରହିବା ଦରକାର ।
ବେକ ପାଇଁ କେଉଁ ତକିଆ ଠିକ୍?
ଡାକ୍ତରଙ୍କ ଅନୁସାରେ ଯେତେବେଳେ ଆମେ ସିଧା ଶୋଇବା ସେତେବେଳେ ପତଳା ତକିଆ ଦରକାର ହୁଏ । କିନ୍ତୁ ଯେତେବେଳେ ବାରମ୍ବାର କଡ ଲେଉଟାଇ ଶୋଇଥାଉ, ସେତେବେଳେ ମୋଟ ତକିଆ ଦେବା ଉଚିତ୍ । ଏହା ବେକ ଓ କାନ୍ଧ ଭିତରେ ଥିବା ଫାଙ୍କାକୁ ପୂରଣ କରିଥାଏ । ଯଦି ଓଲଟା ଶୋଉଥାନ୍ତି, ତେବେ ଏହା ବେକ ପାଇଁ ଆଦୌ ଭଲ ନୁହେଁ । ଏପରି ଶୋଉଥିଲେ ଦୀର୍ଘ ଦିନ ପରେ ବେକ ଯନ୍ତ୍ରଣା ହେବାର ଆଶଙ୍କା ରହିଥାଏ । କିଛି ଲୋକଙ୍କର ଭ୍ରାନ୍ତ ଧାରଣା ରହିଛି ଯେ ବେକ ତଳେ ତକିଆ ନ ଦେଇ ଶୋଇବା ଉଚିତ୍ । ଡାକ୍ତରଙ୍କ ଅନୁସାରେ ଆମେ ଶୋଇବା ସମୟରେ ତକିଆ ଦେବା ଉଚିତ୍ ।
ଆହୁରି ପଢନ୍ତୁ-ଦ୍ବିତୀୟ ସନ୍ତାନ ପାଇଁ କେତେ ଗ୍ୟାପ୍ ଦେବା ଜରୁରୀ ? ଜାଣନ୍ତୁ କଣ କହୁଛନ୍ତି ଡାକ୍ତର …
ଭୁଲ୍ ଶୋଇବା ଶୈଳୀ?
ଡାକ୍ତରଙ୍କ ମତରେ ଶୋଇବା ଶୈଳୀ ଅନୁସାରେ ତକିଆ ବ୍ୟବହାର କରିବା ଉଚିତ୍ । ଅଧିକ ବେକ ଯନ୍ତ୍ରଣା ସମସ୍ୟାରୁ ରକ୍ଷା ପାଇବା ପାଇଁ ଉପଯୁକ୍ତ ଶୈଳୀରେ ଶୋଇବା ସହ ହାଲ୍କା ବ୍ୟାୟାମ କରିବା ଜରୁରି । ଅଧିକ ଯନ୍ତ୍ରଣା ବା ସମସ୍ୟା ହେଲେ ଡେରି ନ କରି ତୁରନ୍ତ ଡାକ୍ତର ପରାମର୍ଶ କରାଇ ନେବା ଉଚିତ୍ । ଅବହେଳା କଲେ ସମସ୍ୟା ହୋଇପାରେ ।