​​​​​​​ପୁରୀ, ୯।୨: ଶ୍ରୀମନ୍ଦିରର ଗର୍ଭଗୃହ ଭିତରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସମୟରେ ଜଣେ ଯୁବତୀଙ୍କ ପ୍ରତି ଅଶାଳୀନ ବ୍ୟବହାର ହୋଇଥିଲା । ସୋମବାର ମାମଲାର ରାୟ ପ୍ରକାଶ ପାଇଛି । ପୁରୀ ଆଡହକ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସ ଫାଷ୍ଟଟ୍ରାକ କୋର୍ଟ ବିଚାରପତି ରମାନାଥ ପଣ୍ଡା ଅଭିଯୁକ୍ତ ଗୁଜୁରାଟ କଛ ଜିଲ୍ଲାର ଅନଜର ଗ୍ରାମର ୬୯ ବର୍ଷୀୟ ବିଜୟ ସୁରେନ୍ଦ୍ର ପାଣ୍ଡିଆକୁ ଦୋଷୀ ସାବ୍ୟସ୍ତ କରିଛି । ବର୍ଷେ ଜେଲ୍ ଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା ଘୋଷଣା କରିଛନ୍ତି କୋର୍ଟ । ଜରିମାନା ନ ଦେଲେ ଅଧିକ ୧୫ ଦିନ ଜେଲ୍ ଦଣ୍ଡ ଭୋଗିବେ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି । ପୀଡ଼ିତାଙ୍କୁ ସରକାରଙ୍କ ପକ୍ଷରୁ ୨ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । 

​​​​​​​ଏହା ବି ପଢ଼ନ୍ତୁ... ୧୯ରୁ ମାଟ୍ରିକ୍ ପରୀକ୍ଷା, ବୋର୍ଡ କମାଣ୍ଡ କଣ୍ଟ୍ରୋଲ ରୁମ୍‌ ନିଜରରେ ରହିବ ସମସ୍ତ ସେଣ୍ଟର

୨୦୨୫ ମସିହା ନଭେମ୍ବର ୨୨ ତାରିଖ ସନ୍ଧ୍ୟା ୬ଟାରେ ପୀଡ଼ିତା ତାଙ୍କ ଭାଇ, ମା’ ଓ ଅନ୍ୟ ସମ୍ପର୍କୀୟଙ୍କ ସହ ଜଗା ଦର୍ଶନ ପାଇଁ  ଶ୍ରୀମନ୍ଦିରର ଗର୍ଭଗୃହ ପରିସରରେ ଥିବାବେଳେ ଅଭିଯୁକ୍ତ ବିଜୟ ଯୁବତୀଙ୍କ ପ୍ରତି ଅଶାଳୀନ ଓ ଖରାପ ବ୍ୟବହାର କରିଥିଲେ । ପୀଡ଼ିତାଙ୍କ ପକ୍ଷରୁ ସିଂହଦ୍ୱାର ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତକୁ ପୁଲିସ ପୋକ୍ସ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ୭ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଆଧାରକରି ଅଦାଲତ ଅଭିଯୁକ୍ତ ବିଜୟକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ମାମଲାକୁ ସ୍ପେଶାଲ ପିପି ମଧୁସୁଦନ ଦାଶ ପରିଚାଳନା କରିଥିଲେ । ମାତ୍ର ୩ ମାସ ଭିତରେ ଶ୍ରୀମନ୍ଦିର ମାମଲାର ରାୟ ପ୍ରକାଶ ପାଇବା ଏହା ହେଉଛି ପ୍ରଥମ ଘଟଣା ।