ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଶ୍ରୀମନ୍ଦିର ନିକଟ ନିର୍ଦ୍ଧାରିତ ସ୍ଥାନରେ ଜଳିବ କାଉଁରିଆ, ମୁତୟନ ହେବେ ୬ ପ୍ଲାଟୁନ୍‌ ଫୋର୍ସ

Published By : Prameya | October 31, 2024 9:07 AM

ପୁରୀ,୩୧/୧୦: କାଉଁରିଆ ଜାଳିବା ନିମନ୍ତେ ଶ୍ରୀମନ୍ଦିର  ସିଂହଦ୍ୱାର ନିକଟରେ ଚିହ୍ନଟ ହୋଇଛି ସ୍ଥାନ । ବ୍ୟାରିକେଡ କରି ବକ୍ସ ଭଳି କରାଯାଇଥିବା ସ୍ଥାନରେ ଶ୍ରଦ୍ଧାଳୁ କାଉଁରିଆ ଜାଳି ବଡ଼ବଡ଼ୁଆ ଡାକିବେ ।  ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏସ୍‌ପି ଭିନିତ୍‌ ଅଗ୍ରୱାଲ।

ସେ ଆହୁରି କହିଛନ୍ତି, ଶ୍ରୀମନ୍ଦିରରେ ଠାକୁର ଦର୍ଶନ ନିମନ୍ତେ  ଭିଡ଼ ବଢ଼ିବା ଆଶଙ୍କାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ପୁଲିସ ଫୋର୍ସ ମୁତୟନ କରାଯିବ। ଦୀପାବଳିରେ କେବଳ ଲାଇସେନ୍ସ ନେଇଥିବା ପଞ୍ଜିକୃତ ବ୍ୟକ୍ତି ନିର୍ଦ୍ଧାରିତ ସ୍ଥାନରେ ବାଣ ଦୋକାନ କରିପାରିବେ । ପୁରୀ ସହରର ତାଳବଣିଆଠାରେ ଲାଇସେନ୍ସ ବାଣ ଦୋକାନ ଖୋଲିଛି । ଏଠାରେ ଆବଶ୍ୟକ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଲୋକେ ଗ୍ରିନ୍‌ ବାଣ  ଫୁଟାନ୍ତୁ ଓ ରାତି ୧୦ଟା ପରେ ବାଣ ଫୁଟାଇବାକୁ ବାରଣ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.