ପ୍ରମୂଖ ଖବର
  • ଭୁବନେଶ୍ୱର : ଘର ଭିତରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବାଲେଶ୍ୱର : ହୋଲିରେ ଚାଲିଥିଲା ଚୋରାମଦ ବେପାର, ମାଡ଼ି ବସିଲା ନୀଳଗିରି ପୋଲିସ
  • ||
  • ଗଜପତି : ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ
  • ||
  • ୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ମୟୂରଭଞ୍ଜ : ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଷ୍ଠୁର ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • କେନ୍ଦୁଝର : ଜ୍ଵାଇଁ ଘର ସାମ୍ନାରେ ଚଢିଗଲା ଟ୍ରକ୍, ଚାଲିଗଲା ଶାଶୁ, ଶ୍ଵଶୁର ଏବଂ ଶାଳକଙ୍କ ଜୀବନ
  • ||
  • ଶ୍ରୀକ୍ଷେତ୍ରରେ ଡ୍ରିମ୍‌ଗାର୍ଲ୍, ଦେଶର ମଙ୍ଗଳ ପାଇଁ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା
  • ||
  • କଟକ : ସାଇକେଲ୍‌ ଆରୋହୀଙ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ଜୀବନ
  • ||
  • ଢେଙ୍କାନାଳ : ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
  • ||

ଜୈବିକ ଚାଉଳରେ ହେବ ମହାପ୍ରସାଦ, ସୋମବାର ଭୁବନେଶ୍ୱରରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

Published By : Prameya | February 9, 2025 10:16 AM

ପୁରୀ,୦୯/୦୨: ଏଣିକି ରାସାୟନିକଯୁକ୍ତ ଚାଉଳରେ ପ୍ରସ୍ତୁତ ହେବନି ମହାପ୍ରଭୁଙ୍କ ମହାପ୍ରସାଦ । ଜୈବିକ ସାରରେ ପ୍ରସ୍ତୁତ ହେଉଥିବା ଚାଉଳରେ ମହାପ୍ରସାଦ ପ୍ରସ୍ତୁତ କରାଯିବ । ସେଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଏଥିଲାଗି ଆସନ୍ତା ୧୦ ତାରିଖରେ ଭୁବନେଶ୍ୱରସ୍ଥିତ କୃଷିଭବନର ତୃତୀୟ ମହଲା ସଭାଗୃହରେ ପରିସରରେ ଏକ  ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ ।  

କୃଷି ଓ କୃଷକ ସଶକ୍ତୀକରଣ  ବିଭାଗର ପ୍ରମୁଖ ଶାସନ ସଚିବ  ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ ଅଧ୍ୟକ୍ଷତା କରିବେ । ବୈଠକରେ ସୁଆରମହାସୁଆର ନିଯୋଗର ସଭାପତି ଓ ସମ୍ପାଦକ  ଯୋଗଦେବା ଲାଗି ଶ୍ରୀମନ୍ଦିର ନୀତି  ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଚିଠି କରିଛନ୍ତି । 

ଚିଠିରେ ସ୍ପଷ୍ଟ ଉଲ୍ଲେଖ  ରହିଛି, ଶ୍ରୀମନ୍ଦିର ରୋଷେଇରେ  ରାସାୟନିକମୁକ୍ତ ଜୈବିକ ପଦ୍ଧତିରେ  ଉତ୍ପାଦିତ ଚାଉଳ ବ୍ୟବହାର  କରାଯିବା ସମ୍ପର୍କରେ ବୈଠକରେ  ବିସ୍ତୃତ ଆଲୋଚନା ହେବ । ଶ୍ରୀମନ୍ଦିର  ପ୍ରଶାସନର ଏଭଳି ବ୍ୟବସ୍ଥାକୁ  ନିଯୋଗ ପକ୍ଷରୁ ସ୍ୱାଗତ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.