ପ୍ରମୂଖ ଖବର
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ, ସମୟକୁ ଅପେକ୍ଷା କରିଛି ଏଏସ୍‌ଆଇ

Published By : Prameya | December 6, 2024 11:03 AM

ପୁରୀ,୦୬/୧୨: ରତ୍ନଭଣ୍ଡାର ମରାମତି କାମ ଆରମ୍ଭକୁ ନେଇ ଅନିଶ୍ଚିତତା ଲାଗି ରହିଛି । ଫଳରେ ରତ୍ନ ଅଳଙ୍କାର ଗଣତିମଣତି ନେଇ ଥିବା ଦ୍ୱନ୍ଦ୍ୱ ହଟିବା ବିଳମ୍ବ ହେବା ଆଶଙ୍କା କରାଗଲାଣି । ଅତିଶୀଘ୍ର ରତ୍ନଭଣ୍ଡାର ମରାମତି  ହେବ ବୋଲି ନିକଟରେ ଆଇନମନ୍ତ୍ରୀ କହିସାରିଛନ୍ତି । ଏଏସ୍‌ଆଇ ରତ୍ନଭଣ୍ଡାର ମରାମତି କରୁ ବୋଲି ଶ୍ରୀମନ୍ଦିର ମୁଖ୍ୟ  ପ୍ରଶାସକ ଚିଠି ଲେଖି ସାରିଛନ୍ତି । ହେଲେ ଏପର୍ଯ୍ୟନ୍ତ ଏଏସ୍‌ଆଇକୁ ମରାମତି କରିବାର ସମୟ ନିର୍ଘଣ୍ଟ ମିଳିଲା ନାହିଁ । 

ନୀତିକାନ୍ତିର ଏକ ଖସଡ଼ା ପ୍ରସ୍ତୁତ ନିମନ୍ତେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ୨ଜଣିଆ ଟିମ୍‌କୁ ଦାୟିତ୍ୱ ଦେଇଛନ୍ତି । ଯାହାକୁ ସପ୍ତାହେରୁ ଅଧିକ ବିତିଗଲାଣି । ହେଲେ ଏଏସ୍‌ଆଇକୁ  ଶ୍ରୀମନ୍ଦିର ପ୍ରଶାସନ ପ୍ରତିଦିନ କେତେ ଘଣ୍ଟା ସମୟ ଦେବ ଚୂଡ଼ାନ୍ତ ସୂଚନା ସାମ୍ନାକୁ ଆସିନାହିଁ । ଶ୍ରୀମନ୍ଦିର ପ୍ରଶାସନ  ସମୟ ଦେବା କ୍ଷଣି ହିଁ କାମ କରିବାକୁ ଏଏସ୍‌ଆଇ ପ୍ରସ୍ତୁତ  ଥିବା ସୁପରିଣ୍ଟେଣ୍ଡେଣ୍ଟ ଡି. ବି. ଗଡ଼ନାୟକ କହିଛନ୍ତି । 

ଏଏସ୍‌ଆଇ ଅନ୍ୟ ଜଣେ ପ୍ରତ୍ନତତ୍ତ୍ୱବିତ୍‌ କହିଛନ୍ତି,  ରତ୍ନଭଣ୍ଡାର ଭିତର ଓ ବାହାର ପାଶ୍ୱର୍ର ଲେଜର ସ୍କାନିଂ  ସରିଥିବାରୁ ନଜର ଆସିଥିବା ଫାଟଗୁଡ଼ିକର ଦୀର୍ଘକାଳୀନ  ସ୍ଥାୟୀ ମରାମତି କରାଯିବ । ରତ୍ନଭଣ୍ଡାର ବାହାର ପାଶ୍ୱର୍ରୁ ଚୂନ  ଓ ପଲସ୍ତରା ଛଡ଼ାଯିବ । ପଥରଗୁଡ଼ିକର ଜଏଣ୍ଟଗୁଡ଼ିକୁ ଯାଞ୍ଚ କରାଯାଇ ଗ୍ରାଉଟିଂ,  କେମିକାଲ ପ୍ରଲେପ ଦେବା ଓ ଅନ୍ୟାନ୍ୟ  ସଂରକ୍ଷଣ କାମ କରାଯିବ । ପୂର୍ବ ପରି ରିପ୍ଲାଷ୍ଟରିଂ କରାଯିବ । ରତ୍ନଭଣ୍ଡାର ଭିତରେ ମଧ୍ୟ ଖରାପ ପଥରକୁ  ବଦଳାଯିବ । ଭିତର ରତ୍ନଭଣ୍ଡାରରେ ଥିବା ପୁରୁଣା ପିଟା ଲୁହା ବିମ୍‌ଗୁଡ଼ିକ ସ୍ଥାନରେ ୪ଟି ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ବିମ୍‌ ଦିଆଯିବ । ରତ୍ନଭଣ୍ଡାର କାନ୍ଥର ମୋଟେଇ ପ୍ରାୟ ୫ ଫୁଟ ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ସଂରକ୍ଷଣ କାମ କରାଯିବ । କାମ ଶୀଘ୍ର ସାରିବାକୁ ହେଲେ ପ୍ରତିଦିନ ଅତିକମ୍‌ରେ  ୬ରୁ ୮ ଘଣ୍ଟା ଆବଶ୍ୟକ ବୋଲି ସେ କହିଛନ୍ତି । ଏନେଇ  ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ମତାମତ ମିଳିପାରିନି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.