ପ୍ରମୂଖ ଖବର
  • ଶେରଗଡ଼ : ଚୁଡି ଦୋକାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ ପୁରୁଷ ବନ୍ଧୁ
  • ||
  • କୂଅରୁ ମିଳିଲା ବଲାଙ୍ଗୀର : ୱାର୍ଡ଼ ମେମ୍ବରଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କିଟ୍ ଛାତ୍ରୀ ମୃତ୍ୟୁ ମାମଲା: ପୋଲିସକୁ ମିଲିଲା ସୁଇସାଇଡ୍‌ ନୋଟ୍‌
  • ||
  • AIIMSରେ ସିବିଆଇ ରେଡ୍‌, ନିଯୁକ୍ତି ସ୍କାମ୍‌ର ଚାଲିଛି ତାନାଘନା
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • କଟକ : ପରକୀୟା ପ୍ରୀତିକୁ ନେଇ ହତ୍ୟା, ଶାବଳରେ ପିଟି ପିଟି ୬୨ ବର୍ଷିୟ ବୃଦ୍ଧଙ୍କୁ ହତ୍ୟା କଲା ସ୍ୱାମୀ
  • ||
  • ବୋରିଗୁମ୍ମା : ରାସ୍ତା ମଝିରେ ଥିବା ଟ୍ରକ୍‌କୁ ପିଟିଲା ବାଇକ୍‌, ୨ ମୃତ
  • ||
  • ବାଲେଶ୍ୱର : ଭାରସାମ୍ୟ ହରାଇ ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଆହତ
  • ||
  • କଟକ : ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ, କାରଣ ଅସ୍ପଷ୍ଟ
  • ||

ଇତିହାସ ରଚିଲେ ଶ୍ରେୟସ ଆୟର, ପ୍ରଥମ ଭାରତୀୟ ଭାବେ ୩ ଆଇପିଏଲ ଦଳର ଅଧିନାୟକ

Published By : Ankita S | January 14, 2025 10:18 AM

ନୂଆଦିଲ୍ଲୀ,୧୪/୧: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ଶ୍ରେୟାସ ଆୟର । ସେ ଆଇପିଏଲରେ ପଞ୍ଜାବ କିଙ୍ଗସର ନୂଆ ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଏହା ସହିତ ଇଣ୍ଡିଆନ ପ୍ରିମିୟର ଲିଗରେ ନୂଆ ଇତିହାସ ରଚିଛନ୍ତି । ପ୍ରଥମ ଭାରତୀୟ ଖେଳାଳି ଭାବେ ୩ ଆଇପିଏଲ ଦଳରେ ଅଧିନାୟକତ୍ବ କରିଥିବା ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି ଶ୍ରେୟାସ ଆୟର । ଗତ ୧୨ ତାରିଖରେ ଲୋକପ୍ରିୟ ଟିଭି ସୋ’ ବିଗ୍‌ ବସ୍‌-୧୮ର ଏକ ସ୍ୱତନ୍ତ୍ର ଏପିସୋଡ୍‌ରେ ହୋଷ୍ଟ ଅଭିନେତା ସଲମାନ୍‌  ଖାନ୍‌ ଶ୍ରେୟାସ ଆୟର ପଞ୍ଜାବ କିଙ୍ଗସରେ କ୍ୟାପ୍ଟେନ ହୋଇଥିବା ନେଇ  ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ ।

ଶ୍ରେୟସ ଆୟର ୨୦୧୫ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଆଇପିଏଲ୍‌ରେ ପଦାର୍ପଣ କରିଥିଲେ । ୨୦୧୮ରେ ସେ କ୍ୟାପିଟାଲ୍ସ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲେ । ଆୟରଙ୍କ ନେତୃତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ୨୦୨୦ ସିଜନରେ ଫାଇନାଲ୍‌ ଖେଳି ରନର୍ସ ଅପ୍‌ ହୋଇଥିଲା । ସେ ୩ଟି ସଂସ୍କରଣରେ ଦଳକୁ ପ୍ଲେ-ଅଫ୍‌ରେ ପହଞ୍ଚାଇବାରେ ସଫଳ ହୋଇଥିଲେ । ଆଇପିଏଲ ୨୦୨୪ରେ ତାଙ୍କ ନେତୃତ୍ବରେ କୋଲକାତା ନାଇଟ ରାଇଡର୍ସ ଚମ୍ପିଅନ ହୋଇଥିଲା । ଏକମାତ୍ର ଖେଳାଳି ଭାବେ ଶ୍ରେୟାସ ଆୟର ଭିନ୍ନ ଦଳର ଅଧିନାୟକ ଭାବେ ଫାଇନାଲ ଖେଳିଛନ୍ତି । ଆୟରଙ୍କ ପୂର୍ବରୁ ମାତ୍ର ୨ ଜଣ ଖେଳାଳି ୩ଟି ଭିନ୍ନ ଦଳର ନେତୃତ୍ବ ନେଇଛନ୍ତି । ମାତ୍ର ଭାରତୀୟ ନୁହଁନ୍ତି । ସେମାନେ ହେଲେ ଶ୍ରୀଲଙ୍କାର ଜୟବର୍ଦ୍ଧନ ଓ ଅଷ୍ଟ୍ରେଲିଆର ଷ୍ଟିଭେନ ସ୍ମିଥ । ୧୭ତମ ଖେଳାଳି ଭାବେ ପଞ୍ଚାବ କିଙ୍ଗସରେ ନେତୃତ୍ବ ନେଇଛନ୍ତି ଶ୍ରେୟାସ ଆୟର । ସେ ୧୨ତମ ଫୁଲ ଟାଇମ ଅଧିନାୟକ ହୋଇଛନ୍ତି । ଘରୋଇ  କ୍ରିକେଟ୍‌ ସିଜନରେ ଆୟରଙ୍କ ନେତୃତ୍ୱରେ ମୁମ୍ବାଇ ସୟଦ ମୁସ୍ତାକ ଅଲି ଟ୍ରଫି ଚାମ୍ପିଅନ୍‌ ହୋଇଥିଲା । ସେ ଗୋଟିଏ ଶତକ ସହ ମୋଟ ୩୪୫ରନ୍‌ ସଂଗ୍ରହ କରିଥିଲେ ।

ଏହା ବି ପଢନ୍ତୁ...ଆୟର ପଞ୍ଜାବ କିଙ୍ଗ୍‌ସର ନୂଆ ଅଧିନାୟକ, ବିଗ୍‌ ବସ୍‌ରେ ଘୋଷଣା କଲେ ଭାଇଜାନ୍

https://www.prameya.com/punjab-kings-new-captain-shreyas--say-salman-khan


ଆଇପିଏଲ୍‌ ମେଗା ନିଲାମରେ ପଞ୍ଜାବ କିଙ୍ଗ୍‌ସ ୨୬.୭୫ କୋଟି ଟଙ୍କାରେ ଆୟରଙ୍କୁ  କିଣିଥିଲା । ସେ ଆଇପିଏଲ ଇତିହାସର ଦ୍ବିତୀୟ ଦାମୀ ଖେଳାଳି ସାବ୍ୟସ୍ତ ହୋଇଛନ୍ତି । ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ୨୭କୋଟି ଟଙ୍କାରେ ରିଷଭ ପନ୍ତଙ୍କୁ କିଣିଥିଲା ।  ପନ୍ତ ଆଇପିଏଲ୍‌ର ସବୁଠୁ ମହଙ୍ଗା ଖେଳାଳି  ଭାବେ ରେକର୍ଡ଼ ସ୍ଥାପନ କରିଛନ୍ତି । ନିଲାମରେ ପଞ୍ଜାବ କିଙ୍ଗ୍‌ସ ଆୟରଙ୍କୁ କିଣିବା ପରେ ସେ ଦଳର ନେତୃତ୍ୱ ନେବା ଏକପ୍ରକାର ସ୍ପଷ୍ଟ ହୋଇଯାଇଥିଲା । କେବଳ  ଆନୁଷ୍ଠାନିକ ଭାବେ ଘୋଷଣା ବାକି ରହିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.