ପ୍ରମୂଖ ଖବର
  • ଶେରଗଡ଼ : ଚୁଡି ଦୋକାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ ପୁରୁଷ ବନ୍ଧୁ
  • ||
  • କୂଅରୁ ମିଳିଲା ବଲାଙ୍ଗୀର : ୱାର୍ଡ଼ ମେମ୍ବରଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କିଟ୍ ଛାତ୍ରୀ ମୃତ୍ୟୁ ମାମଲା: ପୋଲିସକୁ ମିଲିଲା ସୁଇସାଇଡ୍‌ ନୋଟ୍‌
  • ||
  • AIIMSରେ ସିବିଆଇ ରେଡ୍‌, ନିଯୁକ୍ତି ସ୍କାମ୍‌ର ଚାଲିଛି ତାନାଘନା
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • କଟକ : ପରକୀୟା ପ୍ରୀତିକୁ ନେଇ ହତ୍ୟା, ଶାବଳରେ ପିଟି ପିଟି ୬୨ ବର୍ଷିୟ ବୃଦ୍ଧଙ୍କୁ ହତ୍ୟା କଲା ସ୍ୱାମୀ
  • ||
  • ବୋରିଗୁମ୍ମା : ରାସ୍ତା ମଝିରେ ଥିବା ଟ୍ରକ୍‌କୁ ପିଟିଲା ବାଇକ୍‌, ୨ ମୃତ
  • ||
  • ବାଲେଶ୍ୱର : ଭାରସାମ୍ୟ ହରାଇ ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଆହତ
  • ||
  • କଟକ : ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ, କାରଣ ଅସ୍ପଷ୍ଟ
  • ||

ଆୟର ପଞ୍ଜାବ କିଙ୍ଗ୍‌ସର ନୂଆ ଅଧିନାୟକ, ବିଗ୍‌ ବସ୍‌ରେ ଘୋଷଣା କଲେ ଭାଇଜାନ୍

Published By : Prameya | January 13, 2025 2:27 PM

ନୂଆଦିଲ୍ଲୀ,୧୩/୦୧: ଟିମ୍‌ ଇଣ୍ଡିଆର ତାରକା ବ୍ୟାଟର ଶ୍ରେୟାସ ଆୟର ପଞ୍ଜାବ କିଙ୍ଗ୍‌ସର ନୂଆ ଅଧିନାୟକ ନିଯୁକ୍ତ  ହୋଇଛନ୍ତି । ଲୋକପ୍ରିୟ ଟିଭି ସୋ’ ବିଗ୍‌  ବସ୍‌-୧୮ର ଏକ ସ୍ୱତନ୍ତ୍ର ଏପିସୋଡ୍‌ରେ ହୋଷ୍ଟ ତଥା ବଲିଉଡ୍‌ ଅଭିନେତା ସଲମାନ୍‌  ଖାନ୍‌ ଏବିଷୟରେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ରବିବାର ଅନୁଷ୍ଠିତ ଏହି ଏପିସୋଡ୍‌ରେ ଆୟରଙ୍କ ସମେତ ପଞ୍ଜାବ  କିଙ୍ଗ୍‌ସ ଦଳ ସଦସ୍ୟ ଥିବା ୟୁଝବେନ୍ଦ୍ର  ଚହଲ ଓ ଶଶାଙ୍କ ସିଂହ ଯୋଗ ଦେଇଥିଲେ । 

ଆଇପିଏଲ୍‌ ମେଗା ନିଲାମରେ ପଞ୍ଜାବ କିଙ୍ଗ୍‌ସ ୨୬.୭୫ କୋଟି ଟଙ୍କାରେ ଆୟରଙ୍କୁ  କିଣିଥିଲା । ସେ ଆଇପିଏଲ ଇତିହାସର ସବୁଠୁ ଦାମୀ ଖେଳାଳି ସାବ୍ୟସ୍ତ ହୋଇଥିଲେ । ମାତ୍ର  କିଛି ସମୟ ପରେ ଲକ୍ଷେ୍ନø ସୁପରଜାଏଣ୍ଟ୍‌ସ  ୨୭କୋଟି ଟଙ୍କାରେ ରିଷଭ ପନ୍ତଙ୍କୁ କିଣିଥିଲା ।  ପନ୍ତ ଆଇପିଏଲ୍‌ର ସବୁଠୁ ମହଙ୍ଗା ଖେଳାଳି  ଭାବେ ରେକର୍ଡ଼ ସ୍ଥାପନ କରିଥିଲେ ।  ନିଲାମରେ ପଞ୍ଜାବ କିଙ୍ଗ୍‌ସ ଆୟରଙ୍କୁ କିଣିବା ପରେ ସେ ଦଳର ନେତୃତ୍ୱ ନେବା  ଏକପ୍ରକାର ସ୍ପଷ୍ଟ ହୋଇଯାଇଥିଲା । କେବଳ  ଆନୁଷ୍ଠାନିକ ଭାବେ ଘୋଷଣା ବାକି ରହିଥିଲା । ଆୟର ଗତବର୍ଷ କୋଲକାତା  ନାଇଟ୍‌ ରାଇଡର୍ସକୁ ଆଇପିଏଲ୍‌ ଚାମ୍ପିଅନ୍‌  କରାଇଥିଲେ । ମାତ୍ର ନିଲାମ ପୂର୍ବରୁ  କୋଲକାତା ତାଙ୍କୁ ମୁକ୍ତ କରି ଦେଇଥିଲା ।  

ଆୟର ନିଲାମରେ ସାମିଲ ହେବାକୁ  ଚାହୁଁଥିବାରୁ ଦଳ ଏହି ନିଷ୍ପତ୍ତି ନେଇଥିଲା ।  ପୂର୍ବରୁ ଆୟରଙ୍କ ନେତୃତ୍ୱରେ ଦିଲ୍ଲୀ  କ୍ୟାପିଟାଲ୍ସ ୨୦୨୦ ସିଜନରେ ଫାଇନାଲ୍‌  ଖେଳି ରନର୍ସ ଅପ୍‌ ହୋଇଥିଲା । ଆୟର ୨୦୧୫ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ  ଆଇପିଏଲ୍‌ ପଦାର୍ପଣ କରିଥିଲେ । ୨୦୧୮ରେ  ସେ କ୍ୟାପିଟାଲ୍ସ ଦଳର ଅଧିନାୟକ ନିଯୁକ୍ତ  ହୋଇଥିଲେ । ସେ ୩ଟି ସଂସ୍କରଣରେ  ଦଳକୁ ପ୍ଲେ-ଅଫ୍‌ରେ ପହଞ୍ଚାଇବାରେ ସଫଳ  ହୋଇଥିଲେ । ସୂଚନାଯୋଗ୍ୟ, ଚଳିତ ଘରୋଇ  କ୍ରିକେଟ୍‌ ସିଜନରେ ଆୟରଙ୍କ ନେତୃତ୍ୱରେ  ମୁମ୍ବାଇ ସୟଦ ମୁସ୍ତାକ ଅଲି ଟ୍ରଫି ଚାମ୍ପିଅନ୍‌  ହୋଇଥିଲା । ସେ ଗୋଟିଏ ଶତକ ସହ  ମୋଟ ୩୪୫ରନ୍‌ ସଂଗ୍ରହ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.