ପ୍ରମୂଖ ଖବର
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

କେକେଆର ଶ୍ରେୟସ ଅୟରଙ୍କୁ ୨୧କୋଟିରେ କିଣିଲା, ଶତକ ପରେ ମକ୍ ଅକ୍ସନରେ ଧମାଲ କଲେ

Published By : Gurupada Nath | November 23, 2024 6:25 PM

ନୂଆଦିଲ୍ଲୀ, ୨୩/୧୧ : ଶ୍ରେୟସ ଅୟର ଦମଦାର୍ ପ୍ରଦର୍ଶନ କରିବାକୁ ଯାଇ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଶତକ ଯୋଡ଼ି ଦେଇଛନ୍ତି । ଅୟରଙ୍କ ଶତକ ଫଳରେ ମୁମ୍ବାଇ ଏହି ମ୍ୟାଚରେ ଗୋଆକୁ ହରାଇ ଦେଇଛି । ଅୟରଙ୍କ ଶତକ ଲଗାଇବା ପରେ ମକ୍ ଅକ୍ସନରେ ତାଙ୍କୁ ଫାଇଦା ମିଳିଛି  । ଆଇପିଏଲ୍ ୨୦୨୫ର ମେଗା ଅକ୍ସନ ରବିବାରରୁ ହେବ । କିନ୍ତୁ ଏହା ପୂର୍ବରୁ ଏକ ମକ ଅକ୍ସନରେ ଅୟରଙ୍କୁ କୋଲକାତା ନାଇଟା ରାଇଡର୍ସ କୋଟିରେ କିଣିଛି । 

ପ୍ରକାଶ ଯେ, ଜିଓ ସିନେମା ଏକ ମକ ଅକ୍ସନ କରିଛି । ଏଥିରେ ଅୟରଙ୍କୁ କୋଲକାତା ୨୧କୋଟି ଟଙ୍କାରେ କିଣିଛି । ଅୟରଙ୍କ ଉପରେ ଅନ୍ୟ ଟିମ୍ ବି ବାଜି ଲଗାଇଥିଲେ । କିନ୍ତୁ କେକେଆର ବାଜି ମାରି ନେଇଛି । ଅୟର ନିକଟରେ ମୁମ୍ବାଇ ଲାଗି ଶତକ ଯୋଡ଼ିଛନ୍ତି । ସେ ଗୋଆ ବିପକ୍ଷରେ ବିସ୍ଫୋରକ ପାଳି ଖେଳିଛନ୍ତି । 

ଚଳିତ ଆଇପିଏଲ୍ ୨୦୨୫ର ମେଗା ଅକ୍ସନ ସାଉଦୀ ଅରବର ଜେଦ୍ଦାରେ ଆୟୋଜିତ ହେବ । ଏହା ୨୪ ଏବଂ ୨୫ନଭେମ୍ବରରେ ହେବ । ଅକ୍ସନ ପୂର୍ବରୁ ଟିମ୍ ଖେଳାଳୀଙ୍କ ରିଟନ ଲିଷ୍ଟ ଜାରି କରିଥିଲା । କୋଲକାତା ନାଇଟ ରାଇଡର୍ସ ଅଧିନାୟକ ରିଟେନ କରିନଥିଲା । ଟିମ୍ ତାଙ୍କୁ ରିଲିଜ କରିଦେଇଥିଲା । ଅୟର ଫର୍ମରେ ଅଛନ୍ତି ଏବଂ ପୂର୍ବ କେତେକ ପାଳିରେ ଭଲ ପ୍ରଦର୍ଶନ କରିସାରିଛନ୍ତି । ତାଙ୍କୁ ମେଗା ଅକ୍ସନରେ ମୋଟା ଅଙ୍କର ଟଙ୍କା ମିଳିପାରେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.