ଭୁବନେଶ୍ବର, ୩୦/୦୧: ବରିଷ୍ଠ ନାଗରିକଙ୍କ ପାଇଁ ନୂଆ ଯୋଜନା । ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ସରକାର । ୬୦ରୁ ୭୫ ବର୍ଷ ବୟସ୍କ ଏବଂ ବିଧବାଙ୍କୁ ଶ୍ରୀକ୍ଷେତ୍ରକୁ ନେଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରାଇବେ ମୋହନ ସରକାର । ସେଥିପାଇଁ ଖୁବଶୀଘ୍ର ଆରମ୍ଭ ହେବାକୁଯାଉଛି 'ଶ୍ରୀ ଜଗନ୍ନାଥ ଦର୍ଶନ' ଯୋଜନା । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଚିଠି ହୋଇଛି । ଏହି ମହତ୍ବକାଂକ୍ଷୀ ଯୋଜନାରେ ୩୫ ହଜାର ବରିଷ୍ଠ ନାଗରିକଙ୍କୁ ସାମିଲ୍ କରାଯିବା ନେଇ ଯୋଜନା ରହିଛି । ପଞ୍ଚାୟତ ସ୍ତରରେ ହିତାଧିକାରୀ ଚୂଡ଼ାନ୍ତ କରିବା ନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।