ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ମେ ୬ରେ ନକ୍ଷତ୍ର ପରିବର୍ତ୍ତନ କରିବେ ଶୁକ୍ର: ବଦଳିବ ଏହି ୪ ରାଶିଙ୍କ ଭାଗ୍ୟ

Published By : Harapriya Sethi | May 4, 2025 7:03 AM

ଯେପରି ବୃହସ୍ପତି ଗ୍ରହଙ୍କୁ ଦେବତାମାନଙ୍କର ଗୁରୁ ଭାବରେ ବିବେଚନା କରାଯାଏ । ସେହିପରି ଶୁକ୍ରଙ୍କୁ ରାକ୍ଷସମାନଙ୍କର ଗୁରୁ ବୋଲି କୁହାଯାଏ । ପ୍ରତ୍ୟେକ ଗ୍ରହ ପରି, ଶୁକ୍ର ମଧ୍ୟ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତାର ରାଶି ପରିବର୍ତ୍ତନ କରେ । କେବଳ ରାଶି ନୁହେଁ ଏକ ନିର୍ଦ୍ଦିଷ୍ଟ ସମୟରେ ନକ୍ଷତ୍ର ମଧ୍ୟ ପରିବର୍ତ୍ତନ ହୁଏ । ଯେତେବେଳେ ଶୁକ୍ର ଗ୍ରହ ନିଜର ଗତି ପରିବର୍ତ୍ତନ କରନ୍ତି ତାହା ରାଶି ପରିବର୍ତ୍ତନ ହେଉ କିମ୍ବା ନକ୍ଷତ୍ର ପରିବର୍ତ୍ତନ ଏହାର ପ୍ରଭାବ ମଣିଷ ଜୀବନ ଉପରେ ପଡିଥାଏ । ଏହା କିଛି ରାଶି ଉପରେ ସକରାତ୍ମକ ଓ ନକରାତ୍ମକ ପ୍ରଭାବ ପକାଇଥାଏ । ମେ ୬ ତାରିଖରେ ଶୁକ୍ର ଗ୍ରହ ତାର ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛି । ଶୁକ୍ର ଗ୍ରହର ଶୁଭ ଦିଗ ବ୍ୟକ୍ତିକୁ ଧନୀ କରିଥାଏ । ପ୍ରତ୍ୟେକ କର୍ଯ୍ୟରେ ସଫଳତା ମିଳିଥାଏ ଏବଂ ତାଙ୍କର ଦୁଃଖ ସମୟର ଅନ୍ତ ହୋଇଥାଏ ।

ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ବୃଷ ରାଶିର ଲୋକଙ୍କ ଉପରେ ସକରାତ୍ମକ ପ୍ରଭାବ ପକାଇବାକୁ ଯାଉଛି । ବହୁ ଦିନ ଧରି ପଡି ରହିଥିବା କାର୍ଯ୍ୟ ଓ ଇଚ୍ଛା ପୂରଣ ହେବାକୁ ଯାଉଛି । ଆର୍ଥିକ ସ୍ଥିତି ଭଲ ହେବାକୁ ଯାଉଛି । ଆୟର ନୂତନ ଉତ୍ସ ସୃଷ୍ଟି ହେବ । ଧନ ଏବଂ ସମୃଦ୍ଧିରେ ଦ୍ରୁତ ବୃଦ୍ଧି ହେବ ।

ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ କର୍କଟ ରାଶି ଉପରେ ସକାରାତ୍ମକ ପ୍ରଭାବ ପକାଇବାକୁ ଯାଉଛି । ଜମି, କୋଠା ଏବଂ ଯାନବାହାନ ସମ୍ବନ୍ଧୀୟ ମାମଲାରେ ଆପଣଙ୍କୁ ଅପାର ସଫଳତା ମିଳିବ । ଚାକିରି କରୁଥିବା ବ୍ୟକ୍ତଙ୍କୁ ବରିଷ୍ଠ ଅଧିକାରୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ ଯାହାକି ଆପଣଙ୍କ ଲାଗି ଲାଭଦାୟକ ହେବ ।

ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ତୁଳା ରାଶି ଉପରେ ସକାରାତ୍ମକ ପ୍ରଭାବ ପକାଇବାକୁ ଯାଉଛି । ଆଧ୍ୟତ୍ମିକତା ପ୍ରତି ଆକର୍ଷିତ ହେବେ । ଯାହା ଯୋଗୁଁ ଆପଣ ଅନେକ ଧାର୍ମିକ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିପାରିବେ । ବ୍ୟବସାୟରେ ଆପଣଙ୍କୁ ଏକ ଲାଭ ମିଳିପାରେ । ଆର୍ଥିକ ସ୍ଥିତି ସୁଦୃଢ ହେବ ।

ସେହିପରି ମକର ରାଶିରେ ସକାରାତ୍ମକ ପ୍ରଭାବ ପଡିବ । ଆତ୍ମବିଶ୍ୱାସ ଦ୍ରୁତ ଗତିରେ ବୃଦ୍ଧି ପାଇବ । ହଠାତ୍ ଆର୍ଥିକ ଲାଭର ସମ୍ଭାବନା ରହିବ । ଆପଣଙ୍କ ପିଲାମାନଙ୍କଠାରୁ କିଛି ଭଲ ଖବର ପାଇପାରନ୍ତି । ବ୍ୟବସାୟ କ୍ଷେତ୍ରରେ ବଡ ଲାଭ ପାଇବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.