ଭୁବନେଶ୍ୱର ୦୩/୧୧: ପୁଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲା। ବଢ଼ିଲା ଗିରଫ ଦାରି ସଂଖ୍ୟା। ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ସହଯୋଗୀ ସିଲିକନ୍ ଟେକ୍‌ଲ୍ୟାବ ସଂସ୍ଥାର ସିଇଓ ସୁରେଶ ଚନ୍ଦ୍ର ନାୟକଙ୍କୁ ବାନ୍ଧିଲା କ୍ରାଇମ୍‌ବ୍ରାଞ୍ଚ। ରବିବାର କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ସିଲିକନ୍‌ ଟେକ୍‌ଲ୍ୟାବ୍‌ ସଂସ୍ଥାର ସିଇଓ ସୁରେଶ ଚନ୍ଦ୍ର ନାୟକଙ୍କୁ  ଜେରା କରିଥିଲା। ଆଗକୁ ଶଙ୍କର ସହ ତାଙ୍କର  ସାମ୍ନାସାମ୍ନି ଜେରା କରାଯିବ । ସେଥିରୁ ଅନେକ  ତଥ୍ୟ ସାମ୍ନାକୁ ଆସିବ ବୋଲି କ୍ରାଇମ୍‌ବ୍ରାଞ୍ଚ ଆଶା  ରଖିଛି ।

କେଳେଙ୍କାରୀର ଅନ୍ୟ ତିନି ଅଭିଯୁକ୍ତ ମୁନା  ମହାନ୍ତି, ତାସହଯୋଗୀ ଟି. ଅଭିମନ୍ୟୁ ଦୋରା  ଓ ସୌମ୍ୟା ପ୍ରିୟଦର୍ଶିନୀ ସାମଲଙ୍କୁ ମଧ୍ୟ   ଜେରା କରିଥିଲା।  ତିନି ଜଣଙ୍କୁ ୩  ଦିନିଆ ରିମାଣ୍ଡ ଅବଧି ସୋମବାର ସରୁଛି । ତେଣୁ ଆଜି ତିନି  ଅଭିଯୁକ୍ତଙ୍କୁ ପୁନଶ୍ଚ କୋର୍ଟରେ ହାଜର କରାଯିବ । ସେହିଭଳି ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିକୁ ମଧ୍ୟ କୋର୍ଟ ହାଜର କରିବ କ୍ରାଇମ୍‌ବ୍ରାଞ୍ଚ। ଶଙ୍କରକୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିପାରେ।