ସଇଁତଳା, ୨୮।୫: ବଲାଙ୍ଗୀର ଜିଲ୍ଲା ସଇଁତଳା ସହର ରେଲୱେ ଷ୍ଟେସନ ନିକଟରେ ବଜ୍ରାଘାତ ଯୋଗୁଁ ସିଗନାଲ ସିଷ୍ଟମ ଅକାମି ହୋଇଯାଇଛି। ଫଳରେ ଦିନ ୩ଟା ୫୦ରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହି ପରିପ୍ରେକ୍ଷିରେ ସଇଁତଳାରୁ ମେଡିକାଲ ତଥା ଟିକ୍ରାପଡ଼ାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ରେଲୱେ ଫାଟକରେ ଗୋଟିଏ ମାଲଗାଡି ଅଟକି ରହିଥିବାରୁ ଲୋକେ ନାନାଦି ଅସୁବିଧାର ଶିକାର ହେଉଛନ୍ତି। ସମସ୍ତ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ନେଇ ସଇଁତଳା ଷ୍ଟେସନ ପ୍ରବନ୍ଧକ ସୁରେଶ ପାଢ଼ୀ ସୂଚନା ଦେଇ କହିଛନ୍ତି। ତେବେ କାମ ଚାଲିଛି ଓ ଖୁବ ଶୀଘ୍ର ଏହି ସମସ୍ୟାର ସମାଧାନ ହେବା ନେଇ ସେ ମତ୍ତ ପ୍ରକାଶ କରିଛନ୍ତି।