ସୋରଡା,୧୮।୧୨ : ସୋରଡ଼ା ପିସିଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁବାର ରଜତ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି I ଅଧ୍ୟକ୍ଷା ସଂଯୁକ୍ତା ପଣ୍ଡାଙ୍କ ତତ୍ୱାବଧାନରେ ଆୟୋଜିତ ଏଥିରେ ନଗରପାଳ ଶିବ ଶଙ୍କର ପଣ୍ଡା,ଆକାଶବାଣୀ ପୂର୍ଵତନ ନିର୍ଦେଶକ ହୃଷିକେଶ ପାଣିଗ୍ରାହୀ, ଶିକ୍ଷାବିତ ସୂଦୀପ୍ତା ପାଣିଗ୍ରାହୀ, ଉଚ୍ଚ ଶିକ୍ଷା ପରିଷଦ ଉପ ସଚିବ ପ୍ରଦୀପ୍ତ କୁମାର ସା, ଯୁଗ୍ମ ସମ୍ପାଦକ ପବିତ୍ର ମୋହନ ସାହୁ, ଅଧ୍ୟାପକ ରବୀନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ I
ଏହି ଅବସରରେ ସ୍କୁଲର ପ୍ରତିଷ୍ଠାତା ପ୍ରକାଶ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା I ସମସ୍ତ ଛାତ୍ରୀ ଉଚ୍ଚ ଶିକ୍ଷା ଲାଭ କରି ନିଜ ଅଞ୍ଚଳ ର ବିକାଶ ପାଇଁ ସହାୟ ହେବା ସହ ବିକଶିତ ଭାରତ ଗଠନ ପାଇଁ ଅଗ୍ରସର ହେବାକୁ ଅତିଥି ମାନେ କହିଥିଲେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା I ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ସ୍ବର୍ଗତ ପଦ୍ମ ଲୋଚନ ପଣ୍ଡା ଙ୍କ ପରିବାରକୁ ସମ୍ମାନିତ କରାଯାଇଥିଲା I ଅଧ୍ୟାପକ ରାଜେଶ ପାତ୍ର, ରୋହିତ ବିଷୋୟୀ, ଅଧ୍ୟାପିକା ସସ୍ମିତା ପଣ୍ଡା, ଏଲିଜ଼ା ପଟନାୟକ ସମେତ କର୍ମଚାରୀ ଗୋପାଳ ଦାସ, ମହେଶ୍ଵର ପାଢ଼ୀ, ନିନି ପାଢ଼ୀ ପ୍ରମୁଖ ପରିଚାଳନା କରିଥିଲେ I ଛାତ୍ରୀ ମାନଙ୍କ ଦ୍ୱାରା ନାଟକ ନନ୍ଦିକେଶ୍ବରୀ ମଞ୍ଚସ୍ଥ ହୋଇଥିଲା l