ସମ୍ବଲପୁର,୧୦/୭(ବ୍ୟୁରୋ ):-ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା ରୁପା । କାରର ସିକ୍ରେଟ ଚାମ୍ବରରୁ ଖୋଜୁଥିଲେ ଗଞ୍ଜେଇ, ମିଳିଲା ୧୧୦ କେଜିର ରୁପା ଇଟା।  ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୨୧ ଲକ୍ଷରୁ ଅଧିକ ହେବ। 

ସମ୍ବଲପୁର ଅବକାରୀ ବିଭାଗ ରେଙ୍ଗାଲି ଝୁରିପଡା ଛକରେ ଚୋରା ଗଞ୍ଜେଇ ଧରିବା ପାଇଁ ଜଗି ରହିଥିଲା। ଏକ କାର ଯାଉଥିବା ବେଳେ ସନ୍ଦେହ ହେବାରୁ ଅବକାରୀ ବିଭାଗ ଗାଡି ଯାଞ୍ଚ କରିଥିଲା । କାରର ସିକ୍ରେଟ ଚାମ୍ବରରୁ ବିପୁଳ ପରିମାଣର ରୁପା ଜବତ କରିଛି। ଏହି ରୁପା ମହାରାଷ୍ଟ୍ର ଗାଡ଼ିରେ ରାଞ୍ଚିକୁ ଚାଲାଣ କରାଯାଉଥିଲା। ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇଛି। ଉକ୍ତ ରୁପାର କୌଣସି ଆବଶ୍ୟକୀୟ କାଗଜପତ୍ର ଦେଖାଇ ପାରି ନଥିଲେ। ଅଧିକ ତଦନ୍ତ ପାଇଁ  ପରେ ଉକ୍ତ ବ୍ୟକ୍ତିଙ୍କୁ ଜିଏସଟି ବିଭାଗକୁ ହସ୍ତାନ୍ତର କରାଯାଇଛି।