ନୂଆଦିଲ୍ଲୀ,୧୬/୦୧: ୫ ଦିନିଆ ଭାରତ ଗସ୍ତରେ ଆସିଛନ୍ତି  ସିଙ୍ଗାପୁର ରାଷ୍ଟ୍ରପତି ଟି ଶାନମୁଗରତ୍ନମ ।  ଭାରତ-ସିଙ୍ଗାପୁର ଦ୍ବିପାକ୍ଷିକ ସମ୍ପର୍କ ୬୦ ବର୍ଷ ପୂରଣ କରିଥିବା ବେଳେ ଶାନମୁଗରତ୍ନମଙ୍କ ଭାରତ ଗସ୍ତ ବେଶ ଗୁରୁ୍ତ୍ବ ବହନ କରୁଛି ।  ତେବେ ସିଙ୍ଗାପୁର ରାଷ୍ଟ୍ରପତି ମଙ୍ଗଳବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ । ଏହି ଗସ୍ତ ସମୟରେ ଆଜି ଅର୍ଥାତ ୧୬ ତାରିଖରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ତାଙ୍କର ଏକ ବୈଠକ ରହିଛି । ଏନେଇ  ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଭବ୍ୟ ସ୍ବାଗତ କରିଛନ୍ତି । 

ତେବେ ତାଙ୍କର ଏହି ଗସ୍ତ ସମୟରେ ମନ୍ତ୍ରୀ, ସଂସଦ ସଦସ୍ୟ ଏବଂ ବରିଷ୍ଠ ଅଧିକାରୀ ଟି ଶାନମୁଗରତ୍ନମଙ୍କ ସହ ଦେଖିବାକୁ ମିଳିଛି। ସେହିପରି  ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଅନ୍ୟ ଭାରତୀୟ ମାନ୍ୟଗଣ୍ୟଙ୍କୁ ମଧ୍ୟ ଭେଟିବାର ଯୋଜନା ରହିଛି। ନୂଆଦିଲ୍ଲୀରେ ଯୋଗଦାନ ବ୍ୟତୀତ ଶାନମୁଗରତ୍ନମ ଜାନୁଆରୀ  ୧୭ ଏବଂ ୧୮ ରେ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ଓଡ଼ିଶାର କଳାସଂସ୍କୃତିକୁ ପାଖରୁ ଦେଖିବେ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ସେ ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ପୁରୀର ପଟ୍ଟଚିତ୍ର ଓ କଳାକୃତିର ଗାଁ ରଘୁରାଜପୁର ଯିବାର କାର୍ଯ୍ୟକ୍ରମ ରହିଛି । ଏନେଇ କମିସନରେଟ ପୋଲିସ ପକ୍ଷରୁ ଏନେଇ ସୁରକ୍ଷା ପ୍ରସ୍ତୁତି ଆରମ୍ଭ କରାଯାଇଛି । କାରଣ ଭୁବନେଶ୍ୱରରେ ଆସନ୍ତା ୧୭ରେ ପହଁଚିବା ପରେ ଏକ ତାରକା ହୋଟେଲରେ କାର୍ଯ୍ୟକ୍ରମ ସହ ସେଠାରେ ତାଙ୍କ ସହ ଓଡ଼ିଶାର ଅର୍ଥନୈତିକ ଓ ବ୍ୟବସାୟିକ କାରବାରର ସୁଯୋଗ ଆଦି ଦିଗରେ ଅନେକ ବ୍ୟବସାୟିକ ପ୍ରତିନିଧିଙ୍କ ସହ ଭେଟିବା କାର୍ଯ୍ୟକ୍ରମ ରହିଛି । ଏହା ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଭେଟଘାଟ କାର୍ଯ୍ୟକ୍ରମ ସହ ମୁଖ୍ୟମନ୍ତ୍ରୀଙ୍କ ସହ ରାତ୍ରଭୋଜନର କାର୍ଯ୍ୟକ୍ରମ ମଧ୍ୟ ରହିଛି । ସେହିପରି ଭୁବନେଶ୍ବରରେ ସ୍ଥାପିତ ସିଙ୍ଗାପୁର ITEES( ଇନଷ୍ଟିଚ୍ୟୁଟ ଅଫ ଟେକ୍ନିକାଲ ଏଜୁକେସନ ଆଣ୍ଡ ସର୍ଭିସେସ) ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ଭ୍ୟାକସିନ ପ୍ରସ୍ତୁତକାରି କମ୍ପାନୀ ଭାରତ ବାୟୋଟେକର କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହ ଭୁବନେଶ୍ୱର ସ୍ଥିତ ରାଜଭବନରେ ମଧ୍ୟ କାର୍ଯ୍ୟକ୍ରମ ରହିଛି । 

ଏହା ମଧ୍ୟ ପଢନ୍ତୁ-ଅତ୍ୟନ୍ତ ପ୍ରଦୂଷିତ ହେଲା ଦିଲ୍ଲୀର ବାୟୁ, ପୁଣି ଲାଗୁ ହେଲା ଗ୍ରାପ୍-୪ କଟକଣା

ତେବେ ବନ୍ଧୁତା, ବିଶ୍ୱାସ ଏବଂ ପାରସ୍ପରିକ ସମ୍ମାନର ଦୀର୍ଘ ପରମ୍ପରା ଉପରେ ଆଧାର କରି ଭାରତ ଏବଂ ସିଙ୍ଗାପୁରର ବ୍ୟାପକ ସହଯୋଗ ରହିଛି। ରାଷ୍ଟ୍ରପତି ଶାନମୁଗରତ୍ନମଙ୍କ ଗସ୍ତ ଦ୍ବାରା ଦ୍ବିପାକ୍ଷିକ ସମ୍ପର୍କ ଆହୁରି ସୁଦୃଢ ହେବ ବୋଲି ଆଶା କରାଯାଉଛି ।  ସେହିପରି ଗତବର୍ଷ ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଙ୍ଗାପୁର ଗସ୍ତ କରିଥିଲେ । ଦୁଇ ଦିନିଆ ଗସ୍ତ ଶେଷ କରିବା ପରେ ପିଏମ ମୋଦୀ  ଏକ୍ସରେ ଏକ ପୋଷ୍ଟ ସେୟାର କରି କହିଥିଲେ ଯେ, “ମୋର ସିଙ୍ଗାପୁର ଗସ୍ତ ଅତ୍ୟନ୍ତ ଫଳପ୍ରଦ ହୋଇଛି। ଏହା ନିଶ୍ଚିତ ଭାବରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦଋଢ କରିବ  ଏବଂ ଆମ ଦେଶର ଲୋକଙ୍କୁ ଉପକୃତ କରିବ ।