ମୁମ୍ୱାଇ - ବଲିଉଡ୍ ସିଙ୍ଗର ଅରିଜିତ ସିଂହଙ୍କ ପ୍ଲେବ୍ୟାକ୍ ସିଙ୍ଗିଙ୍ଗ୍ ଠାରୁ ଦୂରେଇ ଯିବାର ନିଷ୍ପତ୍ତି ଭାରତ ସହ ପାକିସ୍ତାନ ଯାଏ ପ୍ରଶଂସକଙ୍କୁ ଦୋହଲାଇ ଦେଇଛି। ନିଜର ସୁମଧୁର ସ୍ୱର ଓ ସୁନ୍ଦର ମ୍ୟୁଜିକ୍ରେ ଅରିଜିତ ଦେଶ ଓ ଦୁନିଆର ଲୋକଙ୍କ ହୃଦୟ ଜିତି ଥିଲେ। ଏହି ସ୍ଥିତିରେ ତାଙ୍କର ହଠାତ୍ ପ୍ଲେବ୍ୟାଙ୍କ ଛାଡ଼ିବାର ଘୋଷଣା ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟକର ଥିଲା। ଏବେ ପାକିସ୍ତାନର ଜଣାଶୁଣା ସିଙ୍ଗର ସାହିର ଅଲି ବଗା ଅରିଜିତ ସିଂହଙ୍କ ନିଷ୍ପତ୍ତି ଉପରେ ଦେଇଛନ୍ତି ପ୍ରତିକ୍ରିୟା।
ଅରିଜିତଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ସାହିର। ଏହାସହ ଇଣ୍ଡଷ୍ଟ୍ରୀରେ ହେବାକୁ ଥିବା ଆର୍ଟିଷ୍ଟଙ୍କ ଅସମ୍ମାନ ଆଡ଼କୁ ମଧ୍ୟ ଇସାରା କରିଥିଲେ। ସାହିର ଅଲୀ ବଗା ନିଜର ଇନଷ୍ଟା ଷ୍ଟୋରୀରେ ଲେଖିଥିଲେ – ଅରିଜିତ ସିଂହ ମ୍ୟୁଜିକ୍ ଛାଡ଼ି ନାହାନ୍ତି , ସେ ସ୍ୱାଧୀନତା ଚୟନ କରିଛନ୍ତି। କାରଣ ଜଣେ ପ୍ରକୃତ କଳାକାର କେବେ ହାର ମାନନ୍ତି ନାହିଁ, ସେ ନିଜକୁ ଆହୁରି ଉନ୍ନତ କରନ୍ତି।
ସେ ଆହୁରି ମଧ୍ୟ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀକୁ ଅଲବିଦା କହିବା ଆଡ଼କୁ ସଙ୍କେତ ଦେଇଛନ୍ତି। ସାହିର ଲେଖିଛନ୍ତି- ଯେବେ କେହି ଗୋଟିଏ ଇଣ୍ଡଷ୍ଟ୍ରୀକୁ ତିଆରି କରିବା ପାଇଁ ବର୍ଷ ବର୍ଷ ଧରି ପରିଶ୍ରମ କରେ ଏବଂ ସେହି ଇଣ୍ଡଷ୍ଟ୍ରୀ ତାର ହୃଦୟ ଭାଙ୍ଗି ଦିଏ, ତ ମୁସ୍କିଲ ହେଲେ ଆବଶ୍ୟକୀୟ ନିଷ୍ପତ୍ତି ନେବାକୁ ପଡ଼ିଥାଏ। ମୁଁ ମଧ୍ୟ ଶୀଘ୍ର ହିଁ କିଛି ଜରୁରୀ ନିଷ୍ପତ୍ତି ନେବାକୁ ଯାଉଛି ଏବଂ ଏହାର ଘୋଷଣା ପବ୍ଲିକ୍ରେ କରିବି। ଏକ ନୂଆ ମ୍ୟୁଜିକ୍ ଜର୍ଣ୍ଣି ଆରମ୍ଭ ହେବାକୁ ଯାଉଛି। ଏକ ଯାତ୍ରା ଯାହା ସତ୍ୟ , ସ୍ୱାଧୀନତା ଓ ଶୁଦ୍ଧ କଳାରେ ମଜବୁତ । ନୂଆ ଚ୍ୟାପ୍ଟର ଖୁବ୍ ଶୀଘ୍ର ଆରମ୍ଭ ହେବ। ସେପର୍ଯ୍ୟନ୍ତ ମିଳିତ ହୋଇ ରୁହନ୍ତୁ।

ସିଙ୍ଗରଙ୍କର ଏହି ପୋଷ୍ଟ ଭାଇରାଲ ହେଉଛି। ତାଙ୍କର ପ୍ରଶଂସକ ଏଥିରେ ଖୁବ୍ ନିରାଶ ହୋଇ ଯାଇଛନ୍ତି। ସାହିରଙ୍କ ପାଇଁ ପ୍ରଶଂସକ ଖୁସି ଅଛନ୍ତି। କିନ୍ତୁ ତାଙ୍କର ଆଗକୁ ନେବାକୁ ଥିବା ନିଷ୍ପତ୍ତିକୁ ଜାଣିବା ପାଇଁ ପ୍ରଶଂସକଙ୍କ ମନରେ ଇଚ୍ଛୁକତା ଜନ୍ମିଛି। ସାହି , ପାକିସ୍ତାନୀ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀର ଟପ୍ ସିଙ୍ଗରଙ୍କ ମଧ୍ୟରେ ଜଣେ । ସେ କହିଁ ଦୀପ୍ ଜଲେ , ଐ ଦିଲ୍ ତୁ ବତା, ଜରୁରୀ ଥା , ଦିଲ ଲଗି ସମେତ ଆହୁରି ଅନେକ ସୁନ୍ଦର ଗୀତ ଗାଇଛନ୍ତି। ଏହା ବ୍ୟତୀତ ସେ ପାକିସ୍ତାନୀ କୋକ୍ ଷ୍ଟୁଡିଓର ହିଟ୍ ଗୀତ ବାଜି , ମଲଙ୍ଗ , ରୋଏ ରୋଏକୁ ମଧ୍ୟ ଗାଇଛନ୍ତି।
ଉଲ୍ଲେଖନୀୟ ଯେ, ଅରିଜିତ ସିଂହ ୨୭ ଜାନୁଆରୀରେ ଇନଷ୍ଟାଗ୍ରାମ୍ରେ ନିଜର ପୋଷ୍ଟରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇ ଥିଲେ। ସେ ଘୋଷଣା କରିଥିଲେ ଯେ, ସେ ପ୍ଲେବ୍ୟାକ୍ ସିଙ୍ଗିଙ୍ଗ୍ ଠାରୁ ଦୂରେଇ ଯାଉଛନ୍ତି।