ପ୍ରମୂଖ ଖବର
  • ଏଫଏମ କଲେଜରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା , କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
  • ||
  • ଲର୍ଡସ୍ ଟେଷ୍ଟ: ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଅଲଆଉଟ୍, ଭାରତ ଆଗରେ ୧୯୩ ରନର ବିଜୟ ଲକ୍ଷ୍ୟ
  • ||
  • ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ବଡ଼ ଘୋଷଣା, ଆସନ୍ତା ୫ ବର୍ଷ ମଧ୍ୟରେ ଏକ କୋଟି ଚାକିରି ଦେବେ ସରକାର
  • ||
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଅବିବାହିତା ରୁହନ୍ତି ବିନ୍ଦାସ, ପୁରୁଷଙ୍କୁ ଡ଼ରାଏ ଏକଲାପଣ

Published By : Rasmita Pradhan | May 8, 2025 11:02 AM

ଭୁବନେଶ୍ଵର, ୦୮/୦୫ : ଆମେରିକୀୟ ମନୋବିଜ୍ଞାନୀଙ୍କ ଅନୁସାରେ ଅବିବାହିତାମାନେ ଅବିବାହିତ ପୁରୁଷଙ୍କ ତୁଳନାରେ ଅଧିକ ଖୁସି ଓ ବିନ୍ଦାସ ଜୀବନ ବଞ୍ଚିଥାନ୍ତି । କିନ୍ତୁ ପୁରୁଷମାନେ ଏକଲାପଣ ଅନୁଭବ କରିବା ସହ ଖରାପ ସ୍ୱାସ୍ଥ୍ୟର ଶିକାର ହୋଇଥାନ୍ତି, ଯାହାକି ସମାଜର ପାରମ୍ପରିକ ଭାବନାଠାରୁ ଠିକ୍‌ ବିପରୀତ । ସାଧାରଣତଃ ପୁରୁଷମାନେ ସମ୍ପର୍କରେ ରହିବାକୁ ବେଶୀ ଗୁରୁତ୍ୱ ଦେଉଥିବା ବେଳେ ମହିଳାମାନେ ସାମାନ୍ୟ ରହିଥାନ୍ତି । ବିବାହ ପୁରୁଷଙ୍କ ସ୍ୱାସ୍ଥ୍ୟ, ସେମାନଙ୍କ କର୍ମମୟ ଜୀବନ ଏବଂ ଦୀର୍ଘ ଜୀବନ ପାଇଁ ଖୁବ୍‌ ସହାୟକ ହୋଇଥାଏ । କିନ୍ତୁ ମହିଳାମାନଙ୍କଠାରେ ବିବାହର ସେତେଟା ଫାଇଦା ଦେଖିବାକୁ ମିଳି ନଥାଏ । ସେଥିପାଇଁ ପ୍ରାୟ କ୍ଷେତ୍ରରେ ମହିଳାମାନେ ହିଁ ପ୍ରଥମେ ବିବାହ ଭାଙ୍ଗିବାର କଥା ଉଠାଇଥାନ୍ତି । 

ମନୋବିଜ୍ଞାନୀ ମାର୍କ ଟ୍ରେକ୍ସଙ୍କ ମତରେ ଯେଉଁ ମହିଳାମାନେ ଅବିବାହିତ ସେମାନେ ମାନସିକ ଓ ଶାରୀରିକ ଭାବେ ଅଧିକ ସୁସ୍ଥ । କିନ୍ତୁ ପୁରୁଷଙ୍କ କ୍ଷେତ୍ରରେ ଠିକ୍‌ ଓଲଟା । ଅବିବାହିତ ପୁରୁଷମାନେ ଏକଲାପଣ, ଖରାପ ସ୍ୱାସ୍ଥ୍ୟ ଓ ଶୀଘ୍ର ସ୍ୱାସ୍ଥ୍ୟହାନୀର ଶିକାର ହୋଇଥାନ୍ତି । ଅନେକ ଗବେଷଣାରୁ ଜଣାପଡିଛି ମହିଳାମାନେ ଏକା ରହିବା ଦ୍ୱାରା ଅଧିକ ଖୁସି ରହିଥାନ୍ତି । ବିବାହ ସଫଳ ନ ହେଲେ ମଧ୍ୟ ପୁରୁଷମାନେ ସମ୍ପର୍କରେ ରହିବାକୁ ଚାହିଁଥାନ୍ତି । ଟ୍ରେକ୍ସଙ୍କ କହନ୍ତି ଏହା ପଛର ଅନେକ କାରଣ ରହିଛି, ଯେପରିକି ଜବାଧ୍ୟବାଧକତାରେ ସମ୍ପର୍କ ବଞ୍ଚିଥାନ୍ତି କେତେକ ପୁରୁଷ କେବଳ ପିଲାମାନଙ୍କ ଦେଖାଶୁଣା ପାଇଁ ବିବାହର ସମ୍ପର୍କକୁ ତୁଲାଇଥାନ୍ତି । କାରଣ ସେମାନଙ୍କୁ ଡର ଥାଏ, ଯେ ଯଦି ବୈବାହିକ ସମ୍ପର୍କ ଭାଙ୍ଗିଯାଏ, ତେବେ ପିଲାମାନେ କଷ୍ଟ ପାଇବେ । ଗବେଷଣାରୁ ଜଣାପଡିଛି ପୁରୁଷ ସ୍ତ୍ରୀଠାରୁ ଅଲଗା ହେବା ବେଳେ ଘରକୁ କେବଳ ଏକ ଜାଗା ଭାବେ ନୁହେଁ, ବରଂ ଭାବନା, ସମ୍ପର୍କ ଓ ଅଭ୍ୟାସକୁ ଯୋଡ଼ି ଦେଖିଥାନ୍ତି । ସେ ପିଲାଙ୍କ ପାଇଁ ସ୍ନେହର ମାହୋଲ ତିଆରି କରିବାକୁ ଚାହିଁଥାନ୍ତି । ତଥାପି କେଉଁଠାରେ ଅଭାବ ଅନୁଭବ କରିଥାନ୍ତି । 

ଅନେକ ସମୟରେ ପିଲାମାନେ ବାପାଙ୍କ ଘରକୁ ସେତେଟା ଆପଣାର ମାନି ନଥାନ୍ତି, ଯେତିକି ମା’ର ଘରକୁ ନିଜର ଭାବିଥାନ୍ତି । ବାପା ସବୁ କରିବା ସତ୍ତେ୍ୱ ମଧ୍ୟ ପିଲା ତାଙ୍କୁ ବେଶୀ ଗୁରୁତ୍ୱ ଦେଇ ନଥାନ୍ତି । ତେଣୁ ସେ ଏକଲାପଣ ଅନୁଭବ ହୋଇଥାନ୍ତି । ଏଥିପାଇଁ ପୁରୁଷଟିଏ ଭିତରୁ ଭାଙ୍ଗିବା ସତ୍ତେ୍ୱ ମଧ୍ୟ ସମ୍ପର୍କରେ ରହିଥାନ୍ତି । ଏକଥା ମଧ୍ୟ ଜଣାପଡିଛି ଯେ ବିବାହ ବିଚ୍ଛେଦ ପରେ ପୁରୁଷମାନେ ପୁର୍ନବିବାହ ପାଇଁ ବେଶୀ ବ୍ୟସ୍ତ ହୋଇଥାନ୍ତି । କିନ୍ତୁ ମହିଳା ଏହାଠାରୁ ଦୂରେଇବାକୁ ଚାହାନ୍ତି । କାରଣ ପୁରୁଷମାନେ ଭାବନାତ୍ମକ ଭାବେ ବିବାହ ସହ ଜଡ଼ିତ ହୋଇଥାନ୍ତି । ଅନ୍ୟ ଏକ ଗବେଷଣା ଅନୁସାରେ ସ୍ୱାମୀମାନେ ନିଜର ଭାବନାକୁ ଚାପି ରଖିବା ଦ୍ୱାରା ବୈବାହିକ ଜୀବନରେ କମ୍‌ ଖୁସି ହୋଇଥାନ୍ତି । କିନ୍ତୁ ଖୁସି କମିବା ଦ୍ୱାରା ପରସ୍ପରଙ୍କ ମଧ୍ୟରେ ଦୂରତା ବଢିଥାଏ।

ଯଦି ବିବାହ ଭାଙ୍ଗିଥାଏ, ପୁରୁଷକୁ ଏକଲାପଣ ଡରାଇଥାଏ । ସମ୍ପର୍କ ଭାଙ୍ଗିଲେ ସେମାନଙ୍କୁ ସବୁକିଛି ଚାଲିଗଲା ପରି ଲାଗିଥାଏ । ଗବେଷଣାରୁ ଜଣାପଡିଛି ଯେ ବିବାହ ବିଚ୍ଛେଦ ପରେ ବୟସ୍କ ପୁରୁଷ ଲୋକମାନେ ସ୍ୱାଧୀନତା ଓ ଏକଲାପଣକୁ ଅନୁଭବ କରିଥାନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.