ରାଞ୍ଚି,୧୬/୧୨: ଛତିଶଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଏସୟୁଭି କାରକୁ ସାମ୍ନାକୁ ଟ୍ରକ ଧକ୍କା ଦେବା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ୭ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ଥିବା ଜଣାପଡିଛି ।
Chhatisgarh | Six people died and seven others injured in a road accident in Balod district of Chhattisgarh. The mishap took place near Chourhapawad on Bhanupratappur-Dallirajhara road under Dondi Police station limits this morning. A truck hit the SUV comming from opposite…
— ANI (@ANI) December 16, 2024
ଛତିଶଗଡ ବାଲୋଡ ଜିଲ୍ଲା ଭାନୁପ୍ରତାପପୁର-ଦଲ୍ଲିରାଝରା ରାସ୍ତାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଡୋନ୍ଦି ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗୋଟିଏ ଟ୍ରକ ବିପରୀତ ଦିଗରୁ ଆସୁଥିବା ଏସୟୁଭି କାରକୁ ଧକ୍କା ଦେଇଛି । ସେଥିରେ ଥିବା ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୭ ଜଣ ଆହତ ହୋଇଛନ୍ତି ।
ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ରାଜନ୍ଦଗାଓ ମେଡିକାରରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ଥିବା ସୂଚନା ଦେଇଛନ୍ତି ଏସ୍ପି ଅଶୋକ ଯୋଶୀ । ଦୁର୍ଘଟଣାର କାରଣ ଜଣାପଡିନାହିଁ । ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।