ପ୍ରମୂଖ ଖବର
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ପଥର ଖାଦାନରୁ ମିଳିଲା ନରକଙ୍କାଳ, ହତ୍ୟା ସନ୍ଦେହ

Published By : Harapriya Sethi | November 11, 2024 7:01 AM

ନୀଳଗିରି,୧୧/୧୧: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଗରଡ଼ିହି ପଞ୍ଚାୟତ ଅଧୀନ କୁଳଡିହା ଅଭୟାରଣ୍ୟ ସୀମାନ୍ତ ଟିଆକଟାଠାରେ ଥିବା ଏକ ପରିତ୍ୟକ୍ତ ପଥର ଖାଦାନରୁ ନରକଙ୍କାଳ ଉଦ୍ଧାର କରାଯାଇଛି । କୌଣସି ବ୍ୟକ୍ତିଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଇଛି । ଉକ୍ତ ସ୍ଥାନରେ ସଜନାଗଡ଼ ନିକଟ କାଳିଝାଟି ଗାଁର ଛକା ମହାନ୍ତି ନାମକ ବ୍ୟକ୍ତି ପଥର ଖାଦାନରେ ପୂର୍ବରୁ କାମ କରୁଥିଲେ। ଅଭୟାରଣ୍ୟ କଟକଣା ପାଇଁ ଯୋଗୁ ପଥର ଖାଦାନଟି ବନ୍ଦ ହୋଇ ପଡ଼ି ରହିଛି ।

ସୂଚନା ମୁତାବକ, ଅଭୟାରଣ୍ୟ କଟକଣା ପାଇଁ ଯୋଗୁ ପଥର ଖାଦାନଟି ବନ୍ଦ ରହିଥିବା ବେଳେ ସୋମବାର ସ୍ଥାନୀୟ କେତେକ ଲୋକେ ସେହି ଅଞ୍ଚଳକୁ ଛେଳି ଚରାଇବାକୁ ଯାଇଥିଲେ । ଛେଳି ଚରାଇବା ବେଳେ ସେଠାରେ ନରକଙ୍କାଳ ପଡ଼ିଥିବା ଦେଖିଥିଲେ । ଏହା ଦେଖି ଲୋକେ ଭୟଭୀତ ହୋଇ ଯାଇଥିଲେ ଏବଂ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବରପାଇ ବରହମପୁର ଥାନା ଏଏସ୍‍ଆଇ କଳ୍ପତରୁ ସାହୁ ଘଟଣାସ୍ଥଳରେ ପହଞ୍ଚି ଥିଲେ । ସେଠାରେ ପହଞ୍ଚି ଉକ୍ତ କଙ୍କାଳକୁ ଜବତ କରିଛନ୍ତି । ଏନେଇ ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ନମୁନା ପରୀକ୍ଷା ପାଇଁ ଲ୍ୟାବ୍‍କୁ ପଠାଯିବ ବୋଲି ଜଣାପଡିଛି । କୌଣସି ବ୍ୟକ୍ତିଙ୍କୁ ହତ୍ୟା କରାଯିବା ପରେ ପରିତ୍ୟକ୍ତ ପଥର ଖାଦାନରେ ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.