ଭୁବନେଶ୍ୱର,୧୬/୦୧: ଚଳିତ ମାସ ୧୭ରୁ ୨୨ ଯାଏ  ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଭାରତ ମୋବିଲିଟି  ଏକ୍ସପୋରେ ସ୍କୋଡା ଅଟୋ ଇଣ୍ଡିଆ ସାମିଲ ହେବା ସମ୍ପର୍କରେ ଘୋଷଣା କରିଛି । ଏଠାରେ ସ୍କୋଡା ଅଟୋ ଇଣ୍ଡିଆ ପାଭିଲିୟନରେ  କମ୍ପାନି ଏହାର ସମୃଦ୍ଧ ଐତିହ୍ୟ ଏବଂ ଉଦ୍ଭାବନକୁ ପ୍ରଦର୍ଶନ  କରାଇବ । ଭାରତ ଏବଂ ବିଶ୍ୱ ବଜାର ପୋର୍ଟଫୋଲିଓର  ଏଠାରେ ୮ଟି ମଡେଲକୁ ପ୍ରଦର୍ଶନ କରାଯିବ। ଅତ୍ୟାଧୁନିକ  ମୋବିଲିଟି ସମାଧାନ ଏବଂ ନିରନ୍ତରତା ଦିଗରେ ବ୍ରାଣ୍ଡ୍‌ର ରହିଥିବା  ପ୍ରତିବଦ୍ଧତାକୁ କମ୍ପାନି ଏଠାରେ ପ୍ରଦର୍ଶିତ କରିବ। 

ସେହିଭଳି  ୧୩୦ ବର୍ଷର ଗ୍ଲୋବାଲ ଐତିହ୍ୟ ଏବଂ ୨୫ ବର୍ଷର ଭାରତୀୟ  ଯାତ୍ରାକୁ କମ୍ପାନି ଏଠାରେ ପ୍ରଦର୍ଶନ କରିବାକୁ ଯୋଜନା ରଖିଛି ।  ନୂଆ କାଇଲାକର ଜାତୀୟ ପ୍ରିମିୟର ଏବଂ ଆଗକୁ ଆସିବାକୁ ଥିବା  ଭିଜନ ୭ ଏସ୍‌ କନସେପ୍ଟ ମଡେଲକୁ ମଧ୍ୟ କମ୍ପାନି ଏଠାରେ  ସାମିଲ କରିବ । ଏହି ଅବସରରେ ସ୍କୋଡା ଅଟୋ ଇଣ୍ଡିଆର  ବ୍ରାଣ୍ଡ ନିର୍ଦ୍ଦେଶକ ପିଟର ଜାନେବା କହିଛନ୍ତି, ଭାରତ ମୋବିଲିଟି  ଗ୍ଲୋବାଲ ଏକ୍ସପୋ ଆମ ପାଇଁ ବଡ ସୁଯୋଗ ।