ଭୁବନେଶ୍ଵର, ୧୪/୧୦: ଆପୋସ ଗଣ୍ଡଗୋଳକୁ ନେଇ ଅଟୋ ଷ୍ଟ୍ରାଇକ୍। କ୍ୟାପିଟାଲ୍ ଥାନା ଘେରାଉ କଲା ସ୍ମାର୍ଟସିଟି ଅନଲାଇନ୍ ଅଟୋ ଚାଳକ ସଙ୍ଘ। ଯାହାଫଳରେ ରାଜଧାନୀରେ ଅନଲାଇନ୍ ଅଟୋ ସେବା ଆଜି ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି। ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । କ୍ୟାପିଟାଲ ଥାନା ସମ୍ମୁଖରେ ଅଟୋ ଗୁଡ଼ିକର ଲମ୍ଵା ଲାଇନ୍ ଲାଗିଛି । ରାଜମହଲରୁ ଏଜି ରାସ୍ତା ସମ୍ପୂର୍ଣ୍ଣ ଜାମ୍ ହୋଇଯାଇଛି।

ସୂଚନାନୁଯାୟୀ, ଗତ ୬ ତାରିଖ କୁମାରପୂର୍ଣ୍ଣିମା ରାତିରେ ଅନଲାଇନ୍ ସ୍ମାର୍ଟସିଟି ଅଟୋ ଚାଳକ ସଙ୍ଘର ଜଣେ ଡ୍ରାଇଭର୍ଙ୍କୁ ଷ୍ଟେସନ ଅଟୋ ଚାଳକ ସଙ୍ଘର କିଛି ପିଲା ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ସୋମବାର ଉଭୟ ଗୋଷ୍ଠୀର ପିଲାଙ୍କୁ ପୁଲିସ ଗିରଫ କରିଥିଲା। ଏହାକୁ ବିରୋଧ କରି ଆଜି ସ୍ମାର୍ଟସିଟି ଅନଲାଇନ୍ ଅଟୋ ଚାଳକ ସଙ୍ଘ କ୍ୟାପିଟାଲ ଥାନା ଘେରାଉ କରିଛନ୍ତି। ଅଭିଯୁକ୍ତକୁ ପୁଲିସ ଗିରଫ ନକରି ନିର୍ଦ୍ଦୋଶକୁ ଗିରଫ କରିଥିବା ଅଭିଯୋଗରେ ଆଜି ସ୍ମାର୍ଟସିଟି ଅଟୋ ଚାଳକ ସଙ୍ଘ କ୍ୟାପିଟାଲ ଥାନା ଘେରାଉ କରିଛି। ଯାହାଫଳରେ ରାଜଧାନୀରେ ଅନଲାଇନ୍ ଅଟୋ ସେବା ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି। ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି। କ୍ୟାପିଟାଲ ଥାନା ସମ୍ମୁଖରେ ଅଟୋ ଗୁଡ଼ିକର ଲମ୍ଵା ଲାଇନ୍ ଲାଗିଛି। ରାଜମହଲରୁ ଏଜି ରାସ୍ତା ସମ୍ପୂର୍ଣ୍ଣ ଜାମ୍ ହୋଇଯାଇଛି।
.webp)