ରୋଷେଇ ଘରେ ମହିଳାମାନେ ନିୟମିତ ଭାବେ କିଛି ନା କିଛି ନୂଆଏକ୍ସପେରିମେଣ୍ଟ କରିଥାନ୍ତି । ଫଳରେ କିଛି ନୂଆ ଆଇଡିଆ ସୃଷ୍ଟି ହୋଇଥାଏ,ଯାହା ପରବର୍ତ୍ତୀ ସମୟରେ ରୋଷେଇ ପାଇଁ ଖୁବ୍ ସହଯୋଗ କରିଥାଏ ।ଏମିତି କିଛି ସ୍ମାର୍ଟ ଟ୍ରିକ୍ସକୁ ନେଇ ଏଥରର ରୋଷେଇ ଘରୁ...
-ପାଉଁରୁଟିର ଏକ୍ସପାଏରୀ ଡେଟ୍ ଯିବା ପରେ ଏହାକୁ ଫିଙ୍ଗନ୍ତୁ ନାହିଁ ।ବରଂ ଏହାକୁ ଗ୍ରାଇଣ୍ଡିଂ କରି ଏୟାର ଟାଇଟ୍ ଡବାରେ ରଖି ଦିଅନ୍ତୁ ।ପରେ ଏହାକୁ ବ୍ରେଡ୍ ଚୁରା ଭାବେ କକ୍ଲେଟ୍ ତିଆରି ପାଇଁ ବ୍ୟବହାର କରିପାରିବେ ।
-କୌଣସି ମିଠା ଖାଦ୍ୟରେ ସାମାନ୍ୟ ଲୁଣ ପକାଇବା ଦ୍ୱାରା ତା’ର ସ୍ୱାଦଦୁଇଗୁଣା ବଢିଯାଇଥାଏ ।
-ଯଦି ଗୋଟି ଗୋଟି ଭାତ ଖାଇବାକୁ ଚାହାନ୍ତି, ତେବେ ଭାତ ବସାଇବାପରେ ସେଥିରେ ଏକ ଚାମଚ ଘିଅ କିମ୍ବା ସାମାନ୍ୟ ଲେମ୍ବୁ ରସ ପକାଇ ଦିଅନ୍ତୁ ।
-ପୁରିକୁ ବେଲିବା ପରେ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଫ୍ରିଜ୍ରେ ରଖି ଦିଅନ୍ତୁ ।ଏବେ ଏହାକୁ ବାହାର କରି ଛାଣିଲେ ସେଥିରେ ତେଲ ରହିବନାହିଁ ।
-କ୍ରିସ୍ପି ଫ୍ରେଞ୍ଚ ଫ୍ରାଇଜ୍ ତିଆରି କରିବାକୁ ଚାହୁଁଥିଲେ ଆଳୁକୁ କାଟିବାପରେ ସାମାନ୍ୟ ଭାବେ ପାଣିରେ ଫୁଟାଇ ନିଅନ୍ତୁ । ଏହାକୁ ଛାଣି ଟିସୁ ପେପେର୍ରେ ଶୁଖାଇ ନିଅନ୍ତୁ । ଏବେ ଏହି ଆଳୁରେ କର୍ଣ୍ଣଫ୍ଲୋର୍ ଗୋଳାଇ ଛାଣି ଏୟାର ଟାଇଟ୍ କିମ୍ବା ଜିପ୍ ଲକରେ ରଖିପାରିବେ ।
-ଯଦି କୌଣସି ଗ୍ରେଭି ତରକାରୀରେ ଅଧିକ ତେଲ ବା ଘିଅ ହୋଇଯାଇଥାଏ,ତେବେ ଏହାକୁ କିଛି ସମୟ ପାଇଁ ଫ୍ରିଜ୍ରେ ରଖି ଦିଅନ୍ତୁ । ତେଲ ବା ଘିଅତରକାରୀରେ ଜମା ହୋଇଯିବା ପରେ ଏହାକୁ ବାହାର କରି ନିଅନ୍ତୁ । ତା’ପରେ ତରକାରୀକୁ ଗରମ କରି ପରଷି ଦିଅନ୍ତୁ ।
-ଗୁଡ଼ ଚା’ କରିବା ସମୟରେ ପ୍ରଥମେ ପାଣିରେ ଅଦା ଓ ଚା’ ପତିପକାଇ ଫୁଟାଇ ନିଅନ୍ତୁ । ଏବେ ଏଥିରେ କ୍ଷୀର ପକାଇ ଦିଅନ୍ତୁ ।ଏହା ଭଲ ଭାବେ ଫୁଟିବା ପରେ ଗ୍ୟାସ୍କୁ ବନ୍ଦ କରି ସେଥିରେ ଗୁଡ ପକାନ୍ତୁ।