ନୂଆଦିଲ୍ଲୀ,୨୩/୧୧: ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ଭାରତୀୟ ମହିଳା କ୍ରିକେଟର ସ୍ମୃତି ମାନ୍ଧାନା । ମ୍ୟୁଜିକ୍ କମ୍ପୋଜର ପଲାଶ ମୁଚ୍ଚଲଙ୍କୁ ବିବାହ କରିବେ ସ୍ମୃତି । ହଳଦୀ, ମେହେନ୍ଦୀ ଓ ସଙ୍ଗୀତ ସେରିମନୀରେ ଧୁମ ମଚାଇଛନ୍ତି ସ୍ମତି-ପଲାଶ । ବଲିଉଡ଼ ଗୀତ ''ତେନୁ ଲେକେ ମେଁ ଜାୱାଙ୍ଗାରେ'' ଦୁହିଁଙ୍କ ନାଚ ସମସ୍ତଙ୍କୁ ମନକୁ ଛୁଇଁଛି । ଖାଲି ସେତିକି ନୁହେଁ ସାଥୀ ଖେଳାଳି ଜେମିମା ରୋଡ୍ରିଗ୍ସ, ଶ୍ରୀୟଙ୍କା ପାଟିଲ, ରାଧା ଯାଦବ, ଶ୍ରୀଚରଣୀ ମଧ୍ୟ ଧୁମ ମଚାଇଛନ୍ତି । ପ୍ରାୟ ସବୁ ଇଭେଣ୍ଟରେ ସାଥୀ ଖେଳାଳି ସାମିଲ ହୋଇଛନ୍ତି । ସୋସିଆଲ ମିଡିଆରେ ଫଟୋ ଓ ଡ୍ୟାନ୍ସର ଭିଡିଓ ସାମ୍ନାକୁ ଆସିଛି । ବିଶେଷ କରି ସ୍ମୃତି ଓ ପଲାଶଙ୍କ ଡ୍ୟାନ୍ସଙ୍କୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି ।
ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ପ୍ରସିଦ୍ଧ ବଲିଉଡ ସଂଗୀତକାର ପଲାଶ ମୁଚ୍ଚଲ ଆଜି ବିବାହ ବନ୍ଧନରେ ବାନ୍ଧି ହେବେ । ମନ୍ଧାନା ସମ୍ପ୍ରତି ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ରିଲ୍ ମାଧ୍ୟମରେ ପଲାଶଙ୍କ ସହିତ ତାଙ୍କର ନିର୍ବନ୍ଧ ଖବର ସୂଚନା ଦେଇଥିଲେ । ଏବେ ଦୁହେଁ ପରସ୍ପରର ଜୀବନସାଥୀ ହେବେ । ଏହି ହାଇ-ପ୍ରୋଫାଇଲ୍ ବିବାହ ପାଇଁ ବହୁ ବଡ଼ ବଡ଼ ବ୍ୟକ୍ତିତ୍ୱଙ୍କୁ ନିମନ୍ତ୍ରଣ ରହିଛି । ଉଭୟଙ୍କ ପରିବାରର ସମ୍ପର୍କୀୟ ଏବଂ ଘନିଷ୍ଠ ଲୋକ ସାମିଲ ହେବେ । ସଙ୍ଗୀତ ସମାରୋହ ହୋଇ ସାରିଛି । ଏହାର ଝଲକ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଭାରତୀୟ କ୍ରିକେଟର ସ୍ମୃତି ମନ୍ଧାନାଙ୍କ ସାଥୀ ଖେଳାଳିମାନେ ମଧ୍ୟ ବିବାହ ପୂର୍ବ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସମସ୍ତେ ଏକାଠି ମଜାମସ୍ତି, ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି ।
ଗତ ତିନି ଦିନ ଧରି, ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ସ୍ମୃତି ମାନ୍ଧାନାଙ୍କ ବିହାର ଖବର । ସବୁ ସେରିମନୀର ଗୋଟିଏ ପରେ ଗୋଟିଏ ଫଟୋ, ଭିଡିଓ ସୋସିଆଲ ମିଡିଆରେ ଆସୁଛି । ହଳଦୀ, ମେହେନ୍ଦି ଏବଂ ସଙ୍ଗୀତ ସେରିମନୀରେ ସାମିଲ ହୋଇଛନ୍ତି ସାଥୀ ଖେଳାଳି । ସମାରୋହକୁ ଖୁବ ଉପଭୋଗ କରିଛନ୍ତି ସମସ୍ତେ । ବିଶ୍ୱକପ୍ ସମୟରେ, ସ୍ମୃତି ମନ୍ଧାନାଙ୍କ ଭାବି ସ୍ୱାମୀ ତଥା ବଲିଉଡ୍ ସଂଗୀତଜ୍ଞ ଏବଂ ଅଭିନେତା ପଲାଶ ମୁଚ୍ଚଲ, ମନ୍ଧାନାଙ୍କୁ ବିବାହ କରିବା ନେଇ ଘୋଷଣା କରିଥିଲେ । ସେବେଠାରୁ, ପ୍ରଶଂସକମାନେ ସ୍ମୃତିଙ୍କ ବିବାହକୁ ଅପେକ୍ଷା କରି ରହିଛନ୍ତି ।