ଭଦ୍ରକ, ୧୦/୬: ୪ ଫୁଟର ନାଗ ସାପ କାମୁଡ଼ାରେ ୪ବର୍ଷ ଶିଶୁର ଚାଲିଗଲା ଜୀବନ। ଏମିତି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଆଗରପଡା କାଦବରାଙ୍ଗ ପଞ୍ଚାୟତ ବନ୍ତଳା ଗ୍ରାମରେ । ପରିବାରଲୋକ ଦୁଃଖରେ ଭାଙ୍ଗି ପଡିଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁଯାୟୀ, ବନ୍ତଳା ଗ୍ରାମର ପ୍ରଦୀପ ପ୍ରଧାନଙ୍କ ୪ବର୍ଷର ପୁଅ ଶିନୁ ପ୍ରଧାନ ସାପ କାମୁଡାରେ ମୃତ୍ୟୁ ଘଟିଛି। ଶିନୁ ନିଜ ବାଡ଼ିରେ ଖେଳୁଥିବା ବେଳେ ନାଗ ସାପଟି ଏକ ବେଙ୍ଗକୁ କାମୁଡି ଆସୁଥିଲା। ଶିନୁ ସାମ୍ନାକୁ ଆସିଯିବା ଫଳରେ ନାଗ ଶିନୁ ଅଣ୍ଟାକୁ ଚୋଟ ମାରିଥିଲ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରଯାଇ ଭଦ୍ରକ ମେଡିକାଲ କଲେଜକୁ ନେବା ବାଟ ପ୍ରାଣ ଚାଲିଯାଇଥିଲା। ସେପଟେ ଗାଁ ଲୋକେ ଜାଲରେ ନାଗଟିକୁ କାବୁ କରି ବନ ବିଭାଗକୁ ଦେଇଥିବା ଜଣାପଡିଛି।