ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଆମେରିକାରେ ଭୀଷଣ ତୁଷାରଝଡ଼, ୧୦ ମୃତ ; ୨୧ଶହରୁ ଅଧିକ ବିମାନ ଉଡ଼ାଣ ବାତିଲ୍‌

Published By : Prameya | January 23, 2025 10:47 AM

ୱାଶିଂଟନ୍‌, ୨୩/୦୧: ଆମେରିକାର ଅନେକ ଦକ୍ଷିଣ ରାଜ୍ୟରେ ଭୀଷଣ ତୁଷାରଝଡ଼ ଜାରି ରହିଛି । ଏଥିଯୋଗୁ  ଅଦ୍ୟାବଧି ୧୦ ଜଣଙ୍କ ମୃତ୍ୟୁ ଘଟିଲାଣି । ୨୧ଶହରୁ ଅଧିକ ବିମାନ ଉଡ଼ାଣ ବାତିଲ  ହୋଇଛି । ମିସିସିପି, ଅଲବାମା, ଫ୍ଲୋରିଡା,  ଜର୍ଜିଆ ଏବଂ ଲୁଇସିୟାନା ଆଦି ରାଜ୍ୟରେ  ଏମର୍ଜେନ୍ସି ଘୋଷଣା କରାଯାଇଛି । ଅନେକ  ସ୍ଥାନରେ ସରକାରୀ ଅଫିସ, ଶିକ୍ଷାନୁଷ୍ଠାନ  ବନ୍ଦ କରାଯାଇଛି । ବହୁ ସ୍ଥାନରେ ସଡ଼କ ବନ୍ଦ ହେବା ଯୋଗୁ ଟେକ୍ସାସ୍‌ରୁ ଫ୍ଲୋରିଡା ପର୍ଯ୍ୟନ୍ତ ଜନଜୀବନ ବାଧାପ୍ରାପ୍ତ  ହୋଇଛି । ବିଦ୍ୟୁତ୍‌ ଯୋଗାଣ ଠପ୍‌ ହୋଇଛି । ଏପରିକି ବରଫପାତ ବନ୍ଦ  ହେବା ପରେ ବି ସଡ଼କ ଖୋଲିବା, ଏୟାର ସର୍ଭିସ୍‌ ଆରମ୍ଭ ହେବାକୁ  କିଛି ଦିନ ଲାଗିପାରେ । 

ରିପୋର୍ଟ ଅନୁସାରେ, ଟେକ୍ସାସ୍‌ ରାଜପଥରେ  ବରଫପାତ ଯୋଗୁ ଏକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି  ଅଲବାମାରେ ୨ ଜଣ ପ୍ରାଣ ହରାଇଛନ୍ତି । ପ୍ରବଳ ଥଣ୍ଡାରେ ଜର୍ଜିଆରେ  ଜଣଙ୍କ ମୃତ୍ୟୁ ହୋଇଛି । ବରଫଝଡ଼ ଯୋଗୁ ଦକ୍ଷିଣ ରାଜ୍ୟଗୁଡ଼ିକରେ  ରାତି ସମୟ ବେଶ୍‌ କଷ୍ଟକର ହୋଇପଡ଼ିଛି । ଲୁଇସିଆନାରେ ପ୍ରବଳ  ବରଫପାତ ସହ ୬୦ କିମି ବେଗରେ ବରଫଝଡ଼ ହେବାର ଚେତାବନୀ  ରହିଛି । ଭର୍ଜିନିଆରେ ୩ କୋଟି ଲୋକଙ୍କୁ ବରଫଝଡ଼ରୁ ସୁରକ୍ଷିତ ରହିବା  ଲାଗି ସତର୍କ କରାଯାଇଛି । ମଙ୍ଗଳବାର ରାତିରେ ଲୁଇସିଆନାର ଏକାଧିକ ଅଞ୍ଚଳରେ ୧୦ ଇଞ୍ଚ ପର୍ଯ୍ୟନ୍ତ ବରଫ ଜମି ଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.