ନୂଆଦିଲ୍ଲୀ : ଖଲିସ୍ତାନୀ ଲୋକଙ୍କୁ ଶରଣ ଦେବା ଓ ତାଙ୍କ ସୁରକ୍ଷା ନେଇ ଭାରତ ସହ ଲଢିବା ଯୋଗୁଁ କାନାଡା ସହ ସଂପର୍କ ବିଗିଡ଼ି ଯାଇଛି। ଏଥି ଯୋଗୁଁ ଭାରତ, କାନାଡାରୁ ମୁଖ୍ୟ କୂଟନୀତିଜ୍ଞ ସଞ୍ଜୟ କୁମାର ବର୍ମାଙ୍କ ସମେତ ୬ଜଣ ଲୋକଙ୍କୁ ଫେରାଇ ଆଣିଛି। ଭାରତକୁ ଫେରି ସଞ୍ଜୟ କୁମାର ବର୍ମା କାନାଡା ସରକାରଙ୍କ ଉପରେ କଡ଼ା ହମଲା କରିଛନ୍ତି। ସେ ଏଏନଆଇକୁ ଦେଇଥିବା ଇଣ୍ଟରଭ୍ୟୁରେ କାନାଡାର ଜଷ୍ଟିନ ଟ୍ରୁଡୋ ସରକାର ଉପରେ ଅଭିଯୋଗ ଲଗେଇଛନ୍ତି। କହିଛନ୍ତି , ସେ ଭୋଟ୍ ବ୍ୟାଙ୍କ୍ ପାଇଁ ଖଲିସ୍ତାନୀ ତତ୍ତ୍ୱ ଗୁଡ଼ିକୁ ଶରଣ ଦେଉଛନ୍ତି। ଖାଲି ଏତିକି ନୁହେଁ ,ସେ କହିଛନ୍ତି, ଯଦି ତାଙ୍କୁ ଖଲିସ୍ତାନୀ ତତ୍ତ୍ୱ ଗୁଡ଼ିକରେ ଏତେ ପ୍ରୀତି , ତାଙ୍କ ଦେଶତ ବହୁତ ବଡ଼। ତାର ଗୋଟିଏ ଭାଗକୁ ଖଲିସ୍ତାନ କାହିଁକି ଘୋଷିତ କରି ଦେଉ ନାହାନ୍ତି।
ବାସ୍ତବରେ କାନାଡାର ଏମିତି ମନୋଭାବ କାହିଁକି ? ଏହି ପ୍ରଶ୍ନରେ ସଞ୍ଜୟ ବର୍ଗା କହିଛନ୍ତି, ତାଙ୍କୁ ବୋଧେ ଏଥିରେ କିଛି ଫାଇଦା ମିଳୁଥିବ। କାନାଡାର ଆଜିର ସରକାରଙ୍କୁ ତାଙ୍କ ଠାରୁ ସପୋର୍ଟ , ଅର୍ଥ ଓ ନିର୍ବାଚନରେ ଭୋଟ୍ ମିଳିଥାଏ। ସେ ଲୋକେ ଡ଼ରୁଛନ୍ତି ଯେ,ତାଙ୍କର ଭୋଟବ୍ୟାଙ୍କ ଖସି ଯିବ। କାନାଡା ଚାହୁଁଚି କି ସେହି ଲୋକେ ସେଠାରେ ରୁହନ୍ତୁ ଏବଂ ସେଥିପାଇଁ ତାଙ୍କ ପ୍ରତି ନରମ ମନୋଭାବ ରଖିଥାଏ। ମୁଁ ତ କହିବି କି ଯଦି ଖଲିସ୍ତାନର ସେ ଏତେ ସମର୍ଥନ କରୁଛନ୍ତି, ତ ନିଜର ଏକ ଭାଗକୁ ଖଲିସ୍ତାନ ଘୋଷିତ କରି ଦିଅନ୍ତୁ। କାନାଡାର ତ ଏକ ବହୁତ ବଡ଼ ଦେଶ ଅଛି ଏବଂ ସେ ଏମିତି କରିପାରିବେ। ସେ କହିଛନ୍ତି କି ଭାରତରେ ଖଲିସ୍ତାନ ହେବା ସମ୍ଭବ ନୁହେଁ।
ସଞ୍ଜୟ କୁମାର ବର୍ମା କହିଛନ୍ତି ଏହି ଲୋକେ ଏଥିପାଇଁ ଏମିତି ଅରାଜକତା ତତ୍ତ୍ୱକୁ ସମର୍ଥନ କରୁଛନ୍ତି , କାରଣ ସେମାନେ ଭାବୁଛନ୍ତି ଯେ, ତାଙ୍କ ମାଧ୍ୟମରେ ଅନେକ ସ୍ଥାନରେ ନିର୍ବାଚନ ଜିତି ପାରିବେ। ଏହା ବ୍ୟତୀତ ତାଙ୍କୁ ସେମାନଙ୍କ ମାଧ୍ୟମରେ ଫଣ୍ଡିଂ ମଧ୍ୟ ମିଳିଥାଏ। ସଞ୍ଜୟ କୁମାର ବର୍ମା ଆଉ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, କାନାଡାରେ ତାଙ୍କ ଉପରେ ଖଲିସ୍ତାନୀ ତତ୍ତ୍ୱମାନେ ଖଣ୍ଡାରେ ବି ହମଲା କରି ଥିଲେ।
କହି ରଖୁଛୁ କି , ଭାରତ କାନାଡାରେ ନିଜର କୂଟନୀତିଜ୍ଞଙ୍କ ସୁରକ୍ଷାକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ। ଏହାକୁ ଆଧାର କରି ଭାରତ ନିଜର ୬ଜଣ କୂଟନୀତିଜ୍ଞଙ୍କୁ ସେଠାରୁ ଫେରାଇ ଆଣି ଥିଲା। ସେପଟେ କାନାଡା ମଧ୍ୟ କିଛି କୂଟନୀତିଜ୍ଞଙ୍କୁ ଭାରତ ସରକାର ଫେରି ଯିବାକୁ ନିର୍ଦ୍ଦେଶ ଦେଇଛି।