ଭୁବନେଶ୍ୱର, ୭/୧୨ : ସୋଆ ଡିମ୍‌ଡ ବିଶ୍ୱବିଦ୍ୟାଳୟର ୨ ଜଣ ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀ ଓ ଜଣେ ଏନ୍‌ଏସ୍‌ଏସ୍‌ ପ୍ରୋଗ୍ରାମ୍‌ ଅଫିସର ନିକଟରେ ହିମାଚଳ ପ୍ରଦେଶରେ ଆୟୋଜିତ ଏକ ୧୦ ଦିନିଆ ଟ୍ରେନିଂ, ରକ୍‌ କ୍ଲାଇମ୍ବିଂ ଓ ପ୍ରତିକୂଳ ପରିସ୍ଥିତିରେ କିପରି ନିଜକୁ ରକ୍ଷା କରିବାକୁ ହୁଏ ସେ ବିଷୟରେ ତାଲିମ ପାଇ ଫେରିଛନ୍ତି ।

ଏହି ତାଲିମ୍‌ ଶିବିର ନଭେମ୍ବର ୧୫ରୁ ୨୪ ପର୍ଯ୍ୟନ୍ତ ମାନାଲି ସ୍ଥିତ ଅଟଳ ବିହାରୀ ବାଜପେୟୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମାଉଂଟେନିୟରିଂ ଆଣ୍ଡ ଆଲାଏଡ ସ୍ପୋର୍ଟ୍ସ ଓ ସୋଲାଙ୍ଗ ଭ୍ୟାଲି ସ୍ଥିତ ସ୍କିଇଙ୍ଗ ସେଂଟର ଠାରେ ଅନୁଷ୍ଠିତ ହୋଇଥିଲା ।

ଏହି ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀମାନେ ହେଲେ କୁମାରୀ ଅଭିପ୍ସା ମହାପାତ୍ର ଓ ସଂଚିତ ପ୍ରଧାନ । ଏମାନେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ୍‌ ଏଜୁକେସନ୍‌ ଆଣ୍ଡି ରିସର୍ଚ୍ଚ (ଆଇଟିଇଆର)ର ତୃତୀୟ ବର୍ଷ ବି.ଟେକ୍‌ ଛାତ୍ରୀ ଓ ଛାତ୍ର । ଏହାଛଡ଼ା ଏନ୍‌ଏସ୍‌ଏସ୍‌ ପ୍ରୋଗ୍ରାମ ଅଫିସର ଡକ୍ଟର ମୌ ରାୟ ମଧ୍ୟ ଏହି ଶିବିରରେ ସାମିଲ ହୋଇଥିଲେ ।