ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

କୀଟ ଉପରେ ହେବ ଗବେଷଣା, ସୋଆ ଓ ଆଇବିପିଏଲ୍‌ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ…

Published By : Prameya | March 31, 2025 9:14 PM

ଭୁବନେଶ୍ୱର ୩୧/୦୩: କୀଟରୁ ପ୍ରସ୍ତୁତ ହେଉଥିବା ଉଦ୍ୟୋଗିକ ଉତ୍ପାଦ ଉପରେ ମିଳିତ ଗବେଷଣା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଓ ଇନ୍‌ସେକ୍ଟିକା ବାୟୋଟେକ୍‌ ପ୍ରାଇଭେଟ ଲିମିଟେଡ୍‌ (ଆଇବିପିଏଲ୍‌) ମଧ୍ୟରେ ଶନିବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି ।

ଆଇବିପିଏଲ୍‌ କୀଟ ପତଙ୍ଗ ମାନଙ୍କ ଉପରେ ଗବେଷଣା କରି ବିଶ୍ୱ ତାପମାନ ବୃଦ୍ଧି ତଥା ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ପରିବର୍ତନ ଆଣିବାକୁ ଚେଷ୍ଟା କରୁଥିବା ବେଳେ ଆବର୍ଜନାକୁ ପୁନର୍ବ୍ୟବହାର କରି ପରିବେଶ ସୁରକ୍ଷା ନିମନ୍ତେ ଉଦ୍ୟମ ଜାରି ରଖିଛି। ଏହି ବୁଝାମଣା ପତ୍ର ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଆଇବିପିଏଲ୍‌ର ନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଦାସଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଛି।

ଆଇବିପିଏଲ୍‌ର ବୈଜ୍ଞାନିକମାନେ ବ୍ଲାକ ସୋଲ୍‌ଜର ଫ୍ଲାଇ ବା କଳା ସେନାପତି ମାଛି ଉପରେ ଗବେଷଣା ଜାରି ରଖିଛନ୍ତି । ଯେପରି ଏହାର ପ୍ରତିପାଳନ ଓ ଚାଷ ଦ୍ୱାରା କୀଟରୁ ପୁଷ୍ଟିସାର ଓ ତୈଳ ଉତ୍ପାଦନ ହୋଇପାରିବ। ଏହି ବୁଝାମଣା ପତ୍ର ଅନୁଯାୟୀ ସୋଆ ଓ ଆଇବିପିଏଲ୍‌ର ଏହି କ୍ଷେତ୍ରରେ ଗବେଷଣା ଜାରି ରଖିବା ସହ ବିଦେଶୀ ବିଶ୍ୱବିଦ୍ୟାଳୟ ଓ ଦେଶର ପ୍ରମୁଖ ଗବେଷଣା ପ୍ରତିଷ୍ଠାନ ସହ ସମ୍ପର୍କ ସ୍ଥାପନ କରି କାର୍ଯ୍ୟ କରିବେ। 

ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର (ଡାକ୍ତର) ନୀତା ମହାନ୍ତି, ସୋଆ ପରିଚାଳିତ ସେଂଟର ଫର ଇଣ୍ଡଷ୍ଟ୍ରିଆଲ୍‌ ବାୟୋଟେକ୍ନୋଲଜି ରିସର୍ଚ୍ଚର ନିର୍ଦ୍ଦେଶକ ପ୍ରଫେସର ଏଚ୍‌.ଏନ. ଥାଟୋଇ, ସୋଆର ଚିଫ୍‌ ଆଡମିନିଷ୍ଟ୍ରେଟିଭ ଅଫିସର ଶ୍ରୀ ପ୍ରମୋଦ କୁମାର ପଣ୍ଡା, ଆଇବିପିଏଲ୍‌ର ପ୍ରଫେସର ସସ୍ମିତା ମହାନ୍ତି, ସିଆଇବିଆରର ଆସିଷ୍ଟାଂଟ ପ୍ରଫେସର ଡକ୍ଟର ଅମ୍ରିତା ବାନାର୍ଜୀ, ଆସିଷ୍ଟାଂଟ ପ୍ରଫେସର ସୌରଭ ଚଟ୍ଟୋରାଜ ଆଇବିପିଏଲ୍‌ର ନିର୍ଦ୍ଦେଶକ ଡକ୍ଟର କମଲେଶ ମିଶ୍ର, ରିସର୍ଚ୍ଚ ହେଡ ଡକ୍ଟର ଚିନ୍ମୟୀ ଆଚାର୍ଯ୍ୟ ଓ ଏଚଆର ବିଭାଗର ଶ୍ରୀ ସନ୍ତୋଷ ବିଶ୍ୱାଳ ଉପସ୍ଥିତ ଥିଲେ।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.