ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବିବାହ ବନ୍ଧନରେ ବାନ୍ଧି ହେଲେ ନାଗା-ଶୋଭିତା, ପୁଅବୋହୂଙ୍କ ଫଟୋ ସେୟାର କଲେ ନାଗାର୍ଜୁନ

Published By : Harapriya Sethi | December 5, 2024 11:57 AM

ନୂଆଦିଲ୍ଲୀ,୦୫/୧୨: ନାଗା ଚୈତନ୍ୟ ଏବଂ ଶୋଭିତା ଧୂଲିପାଲାଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି । ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓଜ୍‌ରେ ଏହି ଦମ୍ପତ୍ତି ନିଜ ନିଜର ପରିବାର ଉପସ୍ଥିତିରେ ସମସ୍ତ ରୀତି ନୀତି ସହ ପରସ୍ପରର ହାତ ଧରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବର୍ତ୍ତମାନ ଏହି ଦମ୍ପତିଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 

ଅଭିନେତା ନାଗା ଚୈତନ୍ୟଙ୍କ ପିତା ତଥା ସାଉଥ୍‌ ଫିଲ୍ମ ଇଣ୍ଟଷ୍ଟ୍ରିଜ୍‌ର ସୁପରଷ୍ଟାର ନାଗାର୍ଜୁନ ପୁଅବୋହୂଙ୍କ ବିବାହ ସମୟର କିଛି ଫଟୋ ନିଜର ଏକ୍ସ ଆକାଣ୍ଟରେ ସେୟାର କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଫଟୋରେ ଉଭୟ ବେଶ୍‌ ଖୁସି ଥିବାବେଳେ ବିବାହର ରୀତି ନୀତିକୁ ସମ୍ପର୍ଣ୍ଣ କରୁଥିବାର ଦେଖିବାକୁ ମିଳିଛି । ପରେ ଏହି ନବ ବିବାହିତ ଦମ୍ପତିଙ୍କ ଫଟୋକୁ ବହୁ ମାତ୍ରାରେ ଫ୍ୟାନ୍ସଙ୍କ ପ୍ରଶଂସା ମିଳିଛି । ଶୋଭିତା ଏବଂ ନାଗା ଚୈତନ୍ୟଙ୍କ ଫ୍ୟନ୍ସ ବିବାହର ଫଟୋକୁ ଖୁବ୍‌ ପସନ୍ଦ କରିଛନ୍ତି । 

ନାଗା ଚୈତନ୍ୟ ଏବଂ ଶୋଭିତା ଧୂଲିପାଲାଙ୍କ ବିବାହ ଲୁକ୍‌ ମଧ୍ୟ ବେଶ୍‌ ଆକର୍ଶଣୀୟ ଥିଲା । ଶୋଭିତା ସୁନେଲି ରଙ୍ଗର ପାରମ୍ପରିକ କାଞ୍ଜିବରମ୍ ସିଲ୍କ ଶାଢୀ ସହ ସୁନାର ଟେମ୍ପଲ ଜୁଏଲାରୀ ପିନ୍ଧିଥିଲେ । ଏଥି ସହିତ ନାଗା ଚୈତନ୍ୟ ଅଫ୍‌ ହ୍ୱାଇଟ୍‌ ରଙ୍ଗର କୁର୍ତା ପିନ୍ଧିଥିଲେ । ଦମ୍ପତ୍ତିଙ୍କର ଏହି ଭିନ୍ନ ଲୁକ୍‌ ବେଶ୍‌ ସୁନ୍ଦର ଦେଖାଯାଉଥିଲା ।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.