ନୂଆଦିଲ୍ଲୀ,୦୫/୧୨: ନାଗା ଚୈତନ୍ୟ ଏବଂ ଶୋଭିତା ଧୂଲିପାଲାଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି । ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓଜ୍‌ରେ ଏହି ଦମ୍ପତ୍ତି ନିଜ ନିଜର ପରିବାର ଉପସ୍ଥିତିରେ ସମସ୍ତ ରୀତି ନୀତି ସହ ପରସ୍ପରର ହାତ ଧରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବର୍ତ୍ତମାନ ଏହି ଦମ୍ପତିଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 

ଅଭିନେତା ନାଗା ଚୈତନ୍ୟଙ୍କ ପିତା ତଥା ସାଉଥ୍‌ ଫିଲ୍ମ ଇଣ୍ଟଷ୍ଟ୍ରିଜ୍‌ର ସୁପରଷ୍ଟାର ନାଗାର୍ଜୁନ ପୁଅବୋହୂଙ୍କ ବିବାହ ସମୟର କିଛି ଫଟୋ ନିଜର ଏକ୍ସ ଆକାଣ୍ଟରେ ସେୟାର କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଫଟୋରେ ଉଭୟ ବେଶ୍‌ ଖୁସି ଥିବାବେଳେ ବିବାହର ରୀତି ନୀତିକୁ ସମ୍ପର୍ଣ୍ଣ କରୁଥିବାର ଦେଖିବାକୁ ମିଳିଛି । ପରେ ଏହି ନବ ବିବାହିତ ଦମ୍ପତିଙ୍କ ଫଟୋକୁ ବହୁ ମାତ୍ରାରେ ଫ୍ୟାନ୍ସଙ୍କ ପ୍ରଶଂସା ମିଳିଛି । ଶୋଭିତା ଏବଂ ନାଗା ଚୈତନ୍ୟଙ୍କ ଫ୍ୟନ୍ସ ବିବାହର ଫଟୋକୁ ଖୁବ୍‌ ପସନ୍ଦ କରିଛନ୍ତି । 

ନାଗା ଚୈତନ୍ୟ ଏବଂ ଶୋଭିତା ଧୂଲିପାଲାଙ୍କ ବିବାହ ଲୁକ୍‌ ମଧ୍ୟ ବେଶ୍‌ ଆକର୍ଶଣୀୟ ଥିଲା । ଶୋଭିତା ସୁନେଲି ରଙ୍ଗର ପାରମ୍ପରିକ କାଞ୍ଜିବରମ୍ ସିଲ୍କ ଶାଢୀ ସହ ସୁନାର ଟେମ୍ପଲ ଜୁଏଲାରୀ ପିନ୍ଧିଥିଲେ । ଏଥି ସହିତ ନାଗା ଚୈତନ୍ୟ ଅଫ୍‌ ହ୍ୱାଇଟ୍‌ ରଙ୍ଗର କୁର୍ତା ପିନ୍ଧିଥିଲେ । ଦମ୍ପତ୍ତିଙ୍କର ଏହି ଭିନ୍ନ ଲୁକ୍‌ ବେଶ୍‌ ସୁନ୍ଦର ଦେଖାଯାଉଥିଲା ।