ଭୁବନେଶ୍ଵର, ୧/୭ : ଗିରଫ ହେଲେ ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୟାନିଧି ବାଗ୍‌ଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିଲା। ତାଙ୍କୁ ଗିରଫ କରାଯାଇଛି। ଆଜି ଭବାନୀପାଟଣା ଭିଜିଲାନ୍ସ କୋର୍ଟରେ ହାଜର କରାଯିବ। 

ସୂଚନାନୁଯାୟୀ, ଦୟାନିଧି ବାଗ୍‌ଙ୍କ ଘରେ ଚଢାଉ ବେଳେ ୨ଟି କୋଠା, ଗୋଟିଏ ଥ୍ରୀ ବିଏଚ୍‌କେ ଫ୍ଲାଟ୍,  ନବରଙ୍ଗପୁରର ବିଜରାଗୁଡ଼ାରେ ପ୍ରାୟ ୧ କୋଟି ଟଙ୍କା ନିବେଶ ସହିତ ଡ୍ରିପ୍ ଇରିଗେସନ ସୁବିଧା ସହିତ ୪୦ ଏକର ଜମିରେ ଗୋଟିଏ ଫାର୍ମ ହାଉସ, ନବରଙ୍ଗପୁର ଫଟାକୋଟରେ ପ୍ରାୟ ୩୪ ଲକ୍ଷ ଟଙ୍କା ନିବେଶରେ ଡ୍ରିପ୍ ଜଳସେଚନ ସୁବିଧା ଥିବା ୬ ଏକର ଜମିରେ ଆଉ ଏକ ଫାର୍ମ ହାଉସ, ୩୧୨ ଗ୍ରାମ୍ ସୁନା, ୫୮ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ଏକ ଦାମୀ କାର୍ ଠାବ ହୋଇଥିଲା।

ଏହି ଖବରଟିକୁ ପଢନ୍ତୁ-https://prameya.com/-vigilance-raid-joint-director-2-farm-houses-bank-deposits-worth-rs-55-lakh