ଏପ୍ରିଲ୍ ମାସ ପଡ଼ିଲା କି ନାହିଁ, କୋପ ଦେଖାଇଲେଣି ସୂର୍ଯ୍ୟ । ସକାଳେ ଜାଳୁଛି, ଅପରାହ୍ନରେ ସିଝଉଛି । ଏଣେ ବାହାରକୁ ଗଲେ ତାତିରେ ମୁଣ୍ଡ ଝାଇଁ ଝାଇଁ କରିପକାଉଛି ତେଣେ ଘରେ ରହିଲେ ଗୁଳିଗୁଳିରେ ଦେହରୁ ଗମ୍‌ଗମ୍ ଝାଳ ବୋହୁଛି । ଏମିତି ସମୟରେ କୁଲର୍ ତ ଫେଲ୍, କେବଳ ଏସି ହିଁ ଭରସା । କିନ୍ତୁ ଏସି ଚଲାଇବାକୁ ଗଲେ ମନରେ ଗୋଟିଏ ଭୟ "ବିଜୁଳି ବିଲ୍‌ !" ମାସ ଶେଷରେ ଯେତେବେଳେ କରେଣ୍ଟ ବିଲ୍ ଆସେ, ସେତେବେଳେ ଏସିର ଥଣ୍ଡା ପବନ ବି ଗରମ ଲାଗେ । ଏ ହେଉଛି ପ୍ରତିଟି ମଧ୍ୟବିତ୍ତ ପରିବାରର କାହାଣୀ । କିନ୍ତୁ ଏବେ ଏସି ବିଲ୍‌କୁ ନେଇ ନୋ ଟେନସନ୍ ! ଏଥର ଖରା ଯେତେ ବଢ଼ିବ, ଆପଣଙ୍କ ଘର ସେତେ ଥଣ୍ଡା ରହିବ, ଯେତେ ଏସି ଚଲାଇଲେ ବି ବିଜୁଳି ବିଲ୍ ଶୂନ । ସୂର୍ଯ୍ୟ ଦେବତା ଏବେ ସାଜିବେ "ପାୱାର ହାଉସ୍" !

ଏହା ବି ପଢ଼ନ୍ତୁ... ​​​​​​​'ନମାଜ ପାଠ ସମୟରେ ଆକ୍ରମଣ କରିନୁ'; 'ଅପରେସନ୍ ସିନ୍ଦୂର'କୁ ନେଇ ଆର୍ମି ଚିଫ୍ କହିଲେ-ସବକା ମାଲିକ ଏକ

ବଜାରକୁ ଏବେ ଆସିଗଲାଣି ସୋଲାର ଏସି । ସାଧାରଣତଃ ୧ ଟନ୍‌ର ଏସି ଚଲାଇବା ପାଇଁ ଆପଣଙ୍କୁ ୧.୫ ରୁ ୨ କିଲୋୱାଟ୍‌ର ସୋଲାର ପ୍ୟାନେଲ୍ ଦରକାର । ସୂର୍ଯ୍ୟଙ୍କ ଯେଉଁ କିରଣ ଆପଣଙ୍କୁ ଆଗରୁ କଷ୍ଟ ଦେଉଥିଲା, ସେହି କିରଣ ଏବେ ପ୍ୟାନେଲ୍ ମାଧ୍ୟମରେ ବିଜୁଳି ସୃଷ୍ଟି କରିବ ଏବଂ ଆପଣଙ୍କ ଏସିକୁ ଦିନ ତମାମ ମାଗଣାରେ ଚଲାଇବ । ସରକାରଙ୍କ ବଡ଼ ଉପହାର "ପିଏମ୍ ସୂର୍ଯ୍ୟ ଘର ଯୋଜନା" । ସାଧାରଣ ଲୋକଙ୍କୁ ଏହି ସୁବିଧା ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୪ରେ ଆରମ୍ଭ କରିଛନ୍ତି ଏକ ଯୁଗାନ୍ତକାରୀ ଯୋଜନା— ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ।  

ଘର ଛାତରେ ସୋଲାର ପ୍ୟାନେଲ୍ ଲଗାଇବା ପାଇଁ ସରକାର ୪୦% ରୁ ୬୦% ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି । ଅର୍ଥାତ୍, ଖର୍ଚ୍ଚ ଅଧା ଆଉ ଆରାମ ! ଖାଲି ସେତିକି ନୁହେଁ ଯଦି ଆପଣ ଏସି ଚଲାଉନାହାନ୍ତି, ତେବେ ପ୍ୟାନେଲ୍‌ରୁ ବାହାରୁଥିବା ବଳକା ବିଜୁଳି ସରକାରୀ ଗ୍ରିଡ୍‌କୁ ଚାଲିଯିବ । ବଦଳରେ ସରକାର ଆପଣଙ୍କୁ ଟଙ୍କା ମଧ୍ୟ ଦେବେ । ଅର୍ଥାତ୍, ଆପଣ ଏବେ କେବଳ ଉପଭୋକ୍ତା ନୁହେଁ, ବରଂ ବିଜୁଳି ବିକ୍ରେତା ମଧ୍ୟ ସାଜିବେ ! ସରକାରଙ୍କ ଏହି ଯୋଜନାରେ କେଉଁ ଲାଭ ରହିଛି ଆସନ୍ତୁ ଜାଣିବା । ଏହି ଯୋଜନା ପକେଟ୍ ଫ୍ରେଣ୍ଡଲି ଯାହା ମାସିକ ବିଜୁଳି ବିଲ୍‌ର ଝାମେଲାରୁ ମୁକ୍ତି ଦେବ । ସୋଲାର ପ୍ୟାନେଲ୍ ଲାଗୁଥିବାରୁ ଏହା ପ୍ରଦୂଷଣମୁକ୍ତ । ସବୁଠୁ ବଡ଼ କଥା ହେଉଛି ଏହି ଯୋଜନାରେ ଥରେ ନିବେଶ କରନ୍ତୁ ଏବଂ ବର୍ଷ ବର୍ଷ ଧରି ମାଗଣା ବିଜୁଳିର ମଜା ନିଅନ୍ତୁ । ତାତିରେ ସିଝିବା ଆଗରୁ ତୁରନ୍ତ ଘର ଛାତରେ ସୋଲାର ଲଗାନ୍ତୁ, ପିଏମ୍ ସୂର୍ଯ୍ୟ ଘର ଯୋଜନାର ଲାଭ ଉଠାନ୍ତୁ ଏବଂ ବିଜୁଳି ବିଲ୍ ଚିନ୍ତା ଛାଡ଼ି ଆରାମରେ ଏସି ପବନରେ ଶୁଅନ୍ତୁ ।