ସୋମବାର ଭଗବାନ ଶିବଙ୍କୁ ସମର୍ପିତ। ସୋମବାର ଦିନ ସଚ୍ଚୋଟ ମନରେ ଭଗବାନ ଶିବଙ୍କୁ ପୂଜା କଲେ ସବୁ କଷ୍ଟ ଦୂର ହୁଏ ଓ କଷ୍ଟରୁ ମୁକ୍ତି ମିଳେ ବୋଲି ବିଶ୍ବାସ ରହିଛି। ଶିବ ସର୍ବଦା ନିଜ ଭକ୍ତଙ୍କ ଉପରେ କୃପା କରିଥାନ୍ତି। ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ସୋମବାର ସବୁଠାରୁ ଶୁଭ ଦିନ ଭାବରେ ବିବେଚନା କରାଯାଏ । ଜୀବନରେ ସୁଖ ଓ ସମୃଦ୍ଧତା ପାଇଁ ଲୋକମାନେ ଏହି ଦିନ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କୁ ପୂଜା କରନ୍ତି । ସେହିପରି ସୋମବାର ଦିନ କିଛି ବିଶେଷ ଉପାୟ ଆପଣାଇ ଜଣେ ବ୍ୟକ୍ତି ସମସ୍ତ ସମସ୍ୟାରୁ ମୁକ୍ତି ପାଇପାରିବ । ଏବଂ ଏହା ବ୍ୟତୀତ ସମସ୍ତ ଇଚ୍ଛା ମଧ୍ୟ ପୂରଣ ହୁଏ।
କୁହାଯାଏ ଯେ, ଭଗବାନ ଶିବ ତାଙ୍କ ଭକ୍ତମାନଙ୍କ ଉପରେ ଖୁବ୍ ଶୀଘ୍ର ସନ୍ତୁଷ୍ଟ ହୁଅନ୍ତି। ତେଣୁ ତାଙ୍କୁ ଭୋଲେନାଥ କୁହାଯାଏ । ଏହି ଦିନ ଭଗବାନ ଶିବଙ୍କ ସହ ମାତା ପାର୍ବତୀଙ୍କୁ ପୂଜା କରାଯାଏ। ତେଣୁ ଭଗବାନ ଶିବଙ୍କ ଆଶୀର୍ବାଦ ପାଇବାକୁ ସୋମବାର ପୂଜା ସମୟରେ ମହାଦେବଙ୍କୁ ଗଙ୍ଗା ପାଣିରେ ଅଭିଷେକ କରନ୍ତୁ। ବିଶ୍ୱାସ ରହିଛି ଯେ ଏପରି କରିବା ଦ୍ବାରା ଭଗବାନ ଶିବ ପ୍ରସନ୍ନ ହୁଅନ୍ତି ।
ଦୂର ହେବ ସମସ୍ତ ସମସ୍ୟା: ଯଦି ଦୀର୍ଘ ଦିନ ଧରି କାହାର ଜୀବନରେ ସମସ୍ୟା ଚାଲିଥାଏ, ତେବେ ଏଭଳି ପରିସ୍ଥିତିରେ ସେହି ବ୍ୟକ୍ତି ସୋମବାର ଶିବ ରକ୍ଷା ସ୍ତୋତ୍ର ପାଠ କରିବା ଉଚିତ୍ । ଏହା ନିୟମିତ କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଥାଏ ବୋଲି ବିଶ୍ବାସ ରହିଛି। ଏହା ଘରେ ମଧ୍ୟ ସୁଖ ଏବଂ ସମୃଦ୍ଧତା ଆଣିଥାଏ ।
ଆର୍ଥିକ ସଙ୍କଟ ଦୂର ହେବ:ଯଦି ଆପଣ ଆର୍ଥିକ ପ୍ରତିବନ୍ଧକ କିମ୍ବା ଋଣ ସମସ୍ୟାରେ ଅସୁବିଧାରେ ପଡ଼ନ୍ତି, ତେବେ ସୋମବାର ଭଗବାନ ଶିବଙ୍କୁ ଆଖୁ ରସ ସହିତ ଅଭିଷେକ କରନ୍ତୁ । ଏହା ଅର୍ଥ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ ଏବଂ ଧନ ବୃଦ୍ଧି କରିଥାଏ ବୋଲି ବିଶ୍ୱାସ କରାଯାଏ ।
ସ୍ୱାସ୍ଥ୍ୟରେ ଉନ୍ନତି ଆସେ: ଯଦି କାହାର ପରିବାରରେ କିଏ ଅସୁସ୍ଥ କିମ୍ବା ଚାପରେ ପୀଡିତ, ତେବେ ଗଙ୍ଗା ପାଣିରେ କଳା ସେଓ ମଞ୍ଜି ମିଶାଇ ସୋମବାର ଦିନ ଶିବଲିଙ୍ଗରେ ଅର୍ପଣ କରନ୍ତୁ । ଏହା ପରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରାଯିବା ଉଚିତ୍ । ଏହା କରିବା ଦ୍ବାରା ମାନସିକ ଶାନ୍ତି ମିଳିବା ସହ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିଥାଏ ।