ଠାକୁରମୁଣ୍ଡା, ୯/୧ : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଭରାଣ୍ଡିଆ ଗ୍ରାମରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ l ବାପାର ଟାଙ୍ଗିଆ ଚୋଟରେ ପୁଅର ମୃତ୍ୟୁ । ଏହି ଘଟଣାକୁ ନେଇ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି । ପ୍ରକାଶ ଯେ, ଭରାଣ୍ଡିଆ ଗ୍ରାମର ଅନାମ ବାଇଁଶିଆ (୬୨) ବଡ଼ ପୁଅ ତପନ ବାଇଁଶିଆକୁ ଟାଙ୍ଗିଆରେ ହାଣି ହତ୍ୟା କରି ଠାକୁରମୁଣ୍ଡା ଥାନାରେ ଆତ୍ମ ସମର୍ପଣ କରିଛି ।

ଗୁରୁବାର  ରାତିରେ ପୁଅ ତପନ ବାଇଁଶିଆ ମଦ୍ୟପାନ କରି ବାପା ଅନାମ ବାଇଁଶିଆଙ୍କ ସହିତ ଝଗଡ଼ା କରିଥିଲା। ତପନ ବାରମ୍ବାର ମଦ ପିଇ  ପିତା ଅନାମଙ୍କୁ ଧମକ ଚମକ ଦେବା ସହ ମାରିଦେବାର ଧମକ ଦେଇ ଆସୁଥିଲା। ଗୁରୁବାର ମଦ ପିଇ ବାପା ଅନାମଙ୍କ ସହ ଝଗଡ଼ା କରିବାରୁ ଏକ ଟାଙ୍ଗିଆରେ ପୁଅ ତପନକୁ ହାଣିବା ସହିତ ଠାକୁରମୁଣ୍ଡା ଥାନାରେ ଆତ୍ମ ସମର୍ପଣ କରିଛି । ଖବରପାଇ ଠାକୁରମୁଣ୍ଡା ଥାନା ଅଧିକାରୀଣୀ ସାବିତ୍ରୀ ଦଳେଇ, ଏସ ଆଇ ଅନିତା ସ୍ବାଇଁ, ଏଏସଆଇ ଅମରେଶ ବାରିକ, ସାଇଣ୍ଟିଫିକ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠାଇଛନ୍ତି । ଥାନା ଅଧିକାରୀଣୀ ସାବିତ୍ରୀ ଦଳେଇଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ଅନିତା ସ୍ବାଇଁ କେଶ ନଂ ୭/୨୬ରେ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।