ନୂଆଦିଲ୍ଳୀ,୧୪।୩: ପରିବେଶବିତ୍ ତଥା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ମୁକ୍ତି ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି। ୧୭୦ ଦିନ ପରେ ଗୃହମନ୍ତ୍ରଣାଳୟ ତାଙ୍କୁ ମୁକ୍ତ କରିବାର ନିଷ୍ପତ୍ତି ନେଇଛି। ସରକାର ରାଷ୍ଟ୍ରୀୟ ସୁରକ୍ଷା ଅଧିନିୟମ ଅନୁସାରେ ଓ୍ବାଙ୍ଗଚୁକଙ୍କୁ ମୁକ୍ତ କରିବେ। ଯାହାକି ଲଦାଖରେ ଉତ୍ତେଜନା କମ୍ କରିବା ଓ ଆଲୋଚନାକୁ ଆଗକୁ ବଢାଇବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ମନେକରାଯାଉଛି।। ଉଲ୍ଲେଖନୀୟ ଯେ, ସୋନମ ୱାଙ୍ଗଚୁକଙ୍କୁ ଗତ ବର୍ଷ ଲେହରେ ହୋଇଥିବା ହିଂସାତ୍ମକ ପ୍ରଦର୍ଶନ ପରେ କଷ୍ଟଡିରେ ନିଆଯାଇଥିଲା। ତାଙ୍କର ମୁକ୍ତିକୁ ନେଇ ବର୍ତ୍ତମାନ ବିରୋଧି ଦଳ ସ୍ବର ଉତ୍ତୋଳନ କରିଛନ୍ତି।

ଲେହ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ ଗତ ବର୍ଷ ୨୬ ସେପ୍ଟେମ୍ବର ୨୦୨୫ରେ ୱାଙ୍ଗଚୁକଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନ୍ଏସ୍ଏ) ଅଧୀନରେ ଅଟକ ରଖାଯାଇଥିଲା। ୨୪ ସେପ୍ଟେମ୍ବରରେ ଲେହରେ ହିଂସାତ୍ମକ ପ୍ରତିବାଦ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା, ଯେଉଁଥିରେ ୪ ଜଣ ଲୋକଙ୍କ ମୃତ୍ୟୂ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ। ଏହି ପ୍ରତିବାଦ ଲଦାଖକୁ ରାଜ୍ୟ ମାନ୍ୟତା, ଷଷ୍ଠ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା, ଭୂମି ଅଧିକାର, ଚାକିରି ଏବଂ ସାମ୍ବିଧାନିକ ସୁରକ୍ଷା ଦାବି କରି ହୋଇଥିଲା।

ଗୃହମନ୍ତ୍ରଣାଳୟ ଏନ୍ଏସଏର ଶକ୍ତି ବ୍ୟବହାର କରି ସୋନମ ୱାଙ୍ଗଚୁକଙ୍କ ବିନା କୌଣସି ସର୍ତ୍ତରେ ତୁରନ୍ତ ମୁକ୍ତି କରିବାର ନିର୍ଦେଶ ଦେଇଛନ୍ତି। ଏବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାତୀୟ ସୁରକ୍ଷା ଆଇନ (NSA)ର କ୍ଷମତା ବ୍ୟବହାର କରି ସୋନମ ୱାଙ୍ଗଚୁକଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛି। ଗୃହ ମନ୍ତ୍ରଣାଳୟ କହିଛି ସରକାର ଲଦାଖରେ ଶାନ୍ତି,ସ୍ଥିରତାଓ ପାରସ୍ପାରିକ ବିଶ୍ବାସ ସ୍ଥିତି ତିଆରି କରିବାକୁ ପ୍ରତିଶୃତିବଦ୍ଧ। ଏହାଫଳରେ ସବୁ ପକ୍ଷ ସହିତ ସାର୍ଥକ ଓ ରଚନାତ୍ମକ ଆଲୋଚନା ହୋଇପାରିବ। ୱାଙ୍ଗଚୁକଙ୍କ ପତ୍ନୀ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ। ଏହି ମାମଲାର ଶୁଣାଣି କୋର୍ଟ ଆସନ୍ତା ୧୭ ତାରିଖରେ କରିବେ। ତେ ସୁପ୍ରିମକୋର୍ଟ ମଙ୍ଗଳବାର କହିଥିଲେ ଯେ, ୱାଙ୍ଗଚୁକଙ୍କ ଭାଷଣର ଭିଡିଓ ଚଳିତ ସପ୍ତାହ ଦେଖିବେ।

କେନ୍ଦ୍ର ଓ ଲଦାଖ ପ୍ରଶାସନ ପକ୍ଷରୁ ହାଜର ଅତିରିକ୍ତ ସଲିସିଟର ଜେନେରାଲ ଜେନେରାଲ ଏମ୍ ନଟରାଜ କହିଛନ୍ତି, ସଲିସିଟର ଜେନେରାଲ ତୁଷାର ମେହେତା ଅସୁସ୍ଥ ଅଛନ୍ତି ଓ ସେ ଏହି ମାମଲାରେ ଶୁଣାଣି ସ୍ଥଗିତ ରଖିବାର ଅନୁରୋଧ କରିଛନ୍ତି। ଏଗମୋଙ୍କ ପକ୍ଷରୁ ହାଜର ବରିଷ୍ଠ ଆଇନଜୀବି କପିଲ ସିବଲ କହିଥିଲେ ,ମାମଲାରେ ବାରମ୍ବାର ସ୍ଥଗିତ ରଖିବା ଦ୍ବାରା ଦେଶକୁ ଭୁଲ ବାର୍ତ୍ତା ଯାଉଛି।

ଉଲ୍ଲେଖନୀୟ ଯେ, ସରକାର ଲଦାଖ ପାଇଁ ‘ସମସ୍ତ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା’ ଯୋଗାଇବା ପାଇଁ ତାଙ୍କର ପ୍ରତିଶ୍ରୁତିକୁ ପୁନର୍ବାର ଦୋହରାଇଛନ୍ତି। ୱାଙ୍ଗଚୁକ୍ଙ୍କ ମୁକ୍ତି ଦ୍ବାରା ଆଲୋଚନା ପୁଣିଥରେ ଦ୍ରୁତ ଗତିରେ ହେବ ବୋଲି ଅଧିକାରୀମାନେ ଆଶା ପ୍ରକାଶ କରିଛନ୍ତି। ଦାବିଗୁଡ଼ିକ ଉପରେ ଆଲୋଚନା କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଏବଂ ସ୍ଥାନୀୟ ନେତାମାନଙ୍କୁ ନେଇ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ କରାଯାଇସାରିଛି। ତଥାପି, କାର୍ଯ୍ୟକର୍ତ୍ତାମାନେ ବିଳମ୍ବ ବିଷୟରେ ଅଭିଯୋଗ କରିଛନ୍ତି। ଏବେ ୩୩% ସ୍ଥାନୀୟ ଚାକିରି ସଂରକ୍ଷଣ, ବିକାଶ ଏବଂ ସାଂସ୍କୃତିକ ସଂରକ୍ଷଣ ଭଳି ଲଦାଖୀ ପ୍ରସଙ୍ଗରେ ସକାରାତ୍ମକ ପ୍ରଗତି ପାଇଁ ଆଶା ରହିଛି। ୨୦୧୯ ରେ ଲଦାଖକୁ ଏକ କେନ୍ଦ୍ରଶାସିତ ଅଞ୍ଚଳ କରାଯିବା ପରଠାରୁ ଏଭଳି ଦାବି କରି ଆନ୍ଦୋଳନ ହେଉଛି।