ସୋନପୁର, ୨୧/୦୧ : ସୋନପୁରର ଯୁବ କଂଗ୍ରେସ ନେତା ରାଜେଶ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟ। ସୁବର୍ଣ୍ଣପୁର ସହରର ଭଗବତୀ ପ୍ଲଟ ସ୍ଥିତ ନିଜ ଘରୁ ଗୁଳିବିଦ୍ଧ ଅବସ୍ଥାରେ ରାଜେଶଙ୍କ ମୃତଦେହ ଉଦ୍ଧାର ହୋଇଛି। ମଙ୍ଗଳବାର ରାତି ପ୍ରାୟ ୧୨ଟାରେ ରାଜେଶ ମିଶ୍ର ନିଜକୁ ନିଜେ ଗୁଳି ମାରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯଉଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। 

ସୂଚନାନୁଯାୟୀ, ଘଟଣାସ୍ଥଳରେ ସୋନପୁର ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ କରିବ ବୋଲି ସୂଚନା ମିଳିଛି। ସେ ଜଣେ ମିଷ୍ଟ ଭାଷୀ ଓ ମେଳାପି ବ୍ୟକ୍ତି ଥିବାବେଳେ କିଛି ଦିନ ତଳେ ତାଙ୍କୁ କଂଗ୍ରେସର କୋଷାଧ୍ୟକ୍ଷ ଭାବେ ଦାୟିତ୍ଵ ମିଳିଥିଲା। ଆଗରୁ ମଧ୍ୟ କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ଆସିଥିଲେ।

ଏହି ଖବରଟିକୁ ପଢନ୍ତୁ- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମ ବେଶ, ବଡସିଂହାର ହୋଇ ପହୁଡିବେ ଦିଅଁ